Breaking PLUSଓଡ଼ିଶାମୁଖ୍ୟ ଖବର

ରଥଯାତ୍ରା ପୂର୍ବରୁ ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

ଆଜି ଛତିଶା ନିଯୋଗ ବୈଠକ । କୋଭିଡ କଟକଣା ପାଇଁ ଭର୍ଚୁଆଲରେ ବୈଠକ ହେବ । ଅପରାହ୍ଣ ୪ଟା ୩୦ମିନିଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ରଥଯାତ୍ରା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ । ସେପଟେ ସମସ୍ତ ନିଯୋଗର ସେବାୟତ ମାନେ କିଭଳି ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରିବେ ସେନେଇ ମଧ୍ୟ ଆଲୋଚନା ହେବ ।

ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ଆରଟିପିିସିଆର ଟେଷ୍ଟ ବାଧ୍ୟତାମୂଳକ । ବୈଠକ ପରେ ରଥଯାତ୍ରାକୁ ନେଇ ଚୂଡାନ୍ତ ଏସଓପି ଆସିବ । ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତନିଧି, ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ଉନ୍ନୟନ ନୀତି ପ୍ରଶାସକ ଓ ପୂର୍ବତନ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିବେ ।

Show More

Related Articles

Back to top button