ଓଡ଼ିଶାଜୀବନଚର୍ଯ୍ୟାସ୍ୱତନ୍ତ୍ର

ପକେଟରେ କର୍ପୂର ରଖି ଏହି ଉପାୟରେ କରନ୍ତୁ ନିଜ ଭାଗ୍ୟ ପରିବର୍ତ୍ତନ

କୁହାଯାଏ କର୍ପୂରରେ ଆଳତୀ କଲେ ଭଗବାନ ସର୍ବଦା ପ୍ରସନ୍ନ ରହିଥାନ୍ତି । ଏହାର ବାଷ୍ପ ବାୟୁ ସହ ମିଶି ପରିବେଶକୁ ଶୁଦ୍ଧ ରଖିଥାଏ । ଖରାପ ବ୍ୟାକ୍ଟେରିଆଙ୍କ ମଧ୍ୟ ବିନାଶ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ବାସ୍ତୁ ଶାସ୍ତ୍ରରେ ମଧ୍ୟ କର୍ପୂରର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ପକେଟରେ ରଖିବା ଦ୍ୱାରା, ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ।

– କର୍ପୂର ପକେଟରେ ରଖିବା ଦ୍ୱାରା ଏହା ମନକୁ ଶାନ୍ତ ରଖିଥାଏ। କୌଣସି ନକାରାତ୍ମକ ଚିନ୍ତାଧାରା ମନକୁ ଆସେ ନାହିଁ । ସୁଖ ଅନୁଭୂତ ହୋଇଥାଏ। ଏହା ବ୍ୟତୀତ, କାମରେ ମନ ଲାଗିଥାଏ।

– ପକେଟରେ କର୍ପୂର ରଖିବା ଦ୍ୱାରା ସୌନ୍ଦର୍ଯ୍ୟ ବଢିଥାଏ। ଏଥିପାଇଁ ଆପଣଙ୍କୁ ଏକ ଧଳା କପଡ଼ାରେ କର୍ପୂର ବାନ୍ଧି ରଖିବାକୁ ପଡିବ। ଏହା ଚର୍ମ ଏବଂ ସୌନ୍ଦର୍ଯ୍ୟ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ କରିଥାଏ।

-ଏହା କରିବା ଦ୍ୱାରା ଘରର ନକାରାତ୍ମକତା ମଧ୍ୟ ଦୂର ହୋଇଥାଏ। ହସ ଖୁସିର ପରିବେଶ ରହିଥାଏ ଏବଂ ପରିବାରରେ କୌଣସି ପ୍ରକାରର ମତଭେଦ ରହିନଥାଏ। ଯଦି ଆପଣଙ୍କୁ କ୍ରୋଧ ଆସୁଥାଏ, ତେବେ ତାହା ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

– କର୍ପୂର ରଖିବା ମଧ୍ୟ ଅର୍ଥନାତିକ ସଙ୍କଟକୁ ଦୂର ହୋଇଥାଏ। ଯଦି ଆପଣ ଆର୍ଥିକ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି, ତେବେ ଏହି ଉପାୟକୁ ଫଲୋ କରନ୍ତୁ।

– ଯେଉଁ ଲୋକମାନଙ୍କର ବୈବାହିକ ଜୀବନ ଭଲ ହୋଇନଥାଏ, ସେମାନଙ୍କୁ ମଧ୍ୟ ଏହି ବାସ୍ତୁ ଟିପ୍ସ ଗ୍ରହଣ କରିବା ଉଚିତ୍ ।

 

Show More

Related Articles

Back to top button