ଓଡ଼ିଶାପାଣିପାଗମୁଖ୍ୟ ଖବର

ଆଜିଠୁ କାଳବୈଶାଖୀ ସମ୍ଭାବନା

ପାଣିପାଗ ବିଭାଗର ସତର୍କ ସୂଚନା ଜାରି

ଆଜିଠୁ ୪ ଦିନ ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର,ଭଦ୍ରକ,ମୟୂରଭଞ୍ଜ,କେନ୍ଦୁଝର
ଯାଜପୁର,ଢେଙ୍କାନାଳଏବଂ ଅନୁଗୁଳରେ ପାଣିପାଗ ବିଭାଗର ୱାର୍ଣ୍ଣିଂ ଜାରି ହୋଇଥିବାବେଳେ କାଲିଠାରୁ ତାତି ସାମାନ୍ୟ କମିବା ସମ୍ଭାବନା ରହିବ ବେଲି ସୂଚନା ମିଳିଛି । ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇପାରେ ବୋଲି ଆକଳନ କରାଯାଉଛି । ଏହାଛଡା କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ମଧ୍ୟ ହୋଇପାରେ ।

ଅନ୍ୟପଟେ ହେଖିବାକୁ ଗଲେ , ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ତାତିରେ ସିଝୁଛି ଅଧା ଓଡ଼ିଶା । ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଜିଲ୍ଲା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରୁଛି ।  ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ସୋନପୁରଠାରେ ରେକର୍ଡ ହୋଇଛି ।

Show More

Related Articles

Back to top button