Breaking PLUSଦେଶମୁଖ୍ୟ ଖବର

ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କେନ୍ଦ୍ରର ନିବେଦନ

ଭୁବନେଶ୍ୱର- ପଶ୍ଚିମବଙ୍ଗର ଆର.ଜି. କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଯାହାଫଳରେ ସମସ୍ତ ଡାକ୍ତରଖାନାରେ ରୋଗୀସେବା ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଛି। ତେବେ ଏହାପରେ ଡାକ୍ତର ଏବଂ ସେବିକାମାନଙ୍କ ସୁରକ୍ଷା ପ୍ରତି ସମସ୍ତ ପ୍ରକାର ପଦକ୍ଷେପ ନେବା ଲାଗି ତୁରନ୍ତ ଏକ କମିଟି ଗଠନ କରାଯିବ ବୋଲି ଶନିବାର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି। ଡାକ୍ତର ଏବଂ ସେବିକାମାନେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟକୁ ଫେରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

Show More

Related Articles

Back to top button