ଓଡ଼ିଶାମୁଖ୍ୟ ଖବର

କେନ୍ଦ୍ରୀୟ ଟିମ୍: ବାତ୍ୟା ଜଓ୍ୱାଦ କ୍ଷୟକ୍ଷତିର କରିବେ ସମୀକ୍ଷା

ବାତ୍ୟା ଜଓ୍ବାଦ କ୍ଷୟକ୍ଷତିର ଆକଳନ କରିବା ପାଇଁ ଶନିବାର ଆସିବ କେନ୍ଦ୍ରୀୟ ଟିମ୍।

ସନ୍ଧ୍ୟାରେ ଓଡିଶାରେ ପହଁଚିବେ କେନ୍ଦ୍ରୀୟ ଟିମ୍, ବାତ୍ୟା ଜଓ୍ୱାଦ କ୍ଷୟକ୍ଷତିର କରିବେ ସମୀକ୍ଷା।
କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବରେ ଏହି ଟିମ୍ ୨ ଦିନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିବ।

ଗଞ୍ଜାମ,କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା, ପୁରୀ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବ ଟିମ୍। ଏହି ଟିମ୍ ଶନିବାର ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ। ଟିମ୍ ର ସଦସ୍ୟ ୩ ଭାଗରେ ବିଭକ୍ତ ହୋଇ ଜିଲ୍ଲା ବୁଲିବେ । ୧୩ ତାରିଖରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କ୍ଷୟକ୍ଷତି ନେଇ ଆଲୋଚନା କରିବେ। ଏହାପରେ ଅପରାହ୍ନ ସାଢ଼େ ୫ଟାରେ ଦିଲ୍ଲୀ ଫେରିଯିବ ଟିମ୍।

Show More

Related Articles

Back to top button