Breaking PLUSଦେଶମୁଖ୍ୟ ଖବର

ରାଜଧାନୀରେ ବଡ଼ଦିନ ଓ ନୂଆ ବର୍ଷରେ ଉତ୍ସବ ପାଳନ ଉପରେ ଲାଗିଲା ରୋକ୍

ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଳନ ଉପରେ ପ୍ରଭାବ ପକାଇଛି କରୋନା ମହାମାରୀ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଦେଶର ବିଭିନ୍ନ ରାଜ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କଲେଣି ।

ବର୍ତ୍ତମାନ ଏକ ବଡ଼ ଘୋଷଣା ହୋଇଛି ଯେ ରାଜଧାନୀ ଦିଲ୍ଲୀରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । ଏହି ପରିପ୍ରେକ୍ଷୀରେ ଡିଡିଏମଏ ଏକ ନିର୍ଦ୍ଦେଶ ଜାରି କରିଛି ।

ନିର୍ଦ୍ଦେଶ ଅନୁସାରେ ଡ଼ିଏଏମ୍ ଓ ଡ଼ିସିପି ନିଜ ନିଜ ଅଞ୍ଚଳ ଦାୟିତ୍ୱରେ ରହିବେ ଯେପରି ଭାବେ କୌଣସି ପ୍ରକାର ଉତ୍ସବ ପାଳନ ହେବ ନାହିଁ ଓ ଲୋକମାନେ ଏକାଠି ହେବେ ନାହିଁ ।

ଏହି କ୍ରମରେ, ସମସ୍ତ ଡିଏମ୍ ମାନଙ୍କୁ ନିଜ ନିଜ ଅଞ୍ଚଳର ସୁପର ସ୍ପ୍ରେଡର୍ ଜାଗା ଗୁଡିକୁ ସର୍ଭେ କରି ସେଠାରେ କରୋନା କଟକଣା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ, ଦୋକାନ ଓ କାର୍ଯ୍ୟାଳୟରେ ନୋ ମାସ୍କ ନୋ ଏଣ୍ଟ୍ରି କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଉଛି ।

ସୂଚନା ଅନୁସାରେ, ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ର ନୂଆ ମାମଲା ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ସଂଖ୍ୟା ୧୦୦ ଅତିକ୍ରମ କରିଛି ।

Show More

Related Articles

Back to top button