
କଟକ : ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ୯ ଘଣ୍ଟା ଧରି ଜେରା କରିବା ପରେ ଛାଡ଼ିଲା ସିବିଆଇ। ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସରେ ୬ ଘଣ୍ଟା ଧରି ସିବିଆଇ ଜେରା କରିଥିଲା ବେଳେ ସେହିପରି ଭୁବନେଶ୍ୱର ସିବିଆଇ ଅଫିସରେ ସାଢ଼େ୩ ଘଣ୍ଟାରୁ ଅଧିକ ସମୟ ଧରି ଚନ୍ଦନଙ୍କୁ ପଚରାଉଚରା କରିଥିଲା ସିବିଆଇ। ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍ ନେଇ ଜେରା କରାଯାଇଥିବା ଅନୁମାନ କରାଯାଉଛି।ଗତକାଲି ସକାଳେ ସିବିଆଇ ଟିମ୍ ମହିମାଙ୍କ କଟକ ଘର, ଅଫିସ୍ ଓ ପାରାଦୀପ ଅଫିସରଆ ରେଡ୍ କରିଥିଲା। ଏହା ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଂଞ୍ଜିନିଅର ସରୋଜ ଦାସ ଏବଂ OSLର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ପଚରାଉଚରା କରିଥିଲା ସିବିଆଇ। କୋଲ୍ ମାଇନିଂ କମ୍ପାନି KCT ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଂଞ୍ଜିନିଅର ସରୋଜ ଦାସଙ୍କ ବିବାଦ ଥିଲା। ଏହାକୁ ସମାଧାନ କରିବାକୁ KCTର କୋଲ୍ ହାଣ୍ଡଲିଂ ଏଜେଣ୍ଟ ୨୫ ଲକ୍ଷ ଟଙ୍କା ସରୋଜଙ୍କୁ ଦେଇଥିବା ଚର୍ଚ୍ଚା ହେଉଥିଲା। ଓଏସ୍ଏଲ୍ ଠିକା କର୍ମଚାରୀ ସମନ୍ତ ରାଉତ ଜରିଆରେ ଏହି ଲାଞ୍ଚ ଟଙ୍କା ନେଇଥିବା ସୂଚନାମିଳିଛି। ଏବେପର୍ଯ୍ୟନ୍ତ ଘଟଣାକୁ ନେଇ ସିବିଆଇ, ଓଏସ୍ଏଲ୍, KCT କିମ୍ବା ସରୋଜ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।