Breaking PLUSଓଡ଼ିଶାମୁଖ୍ୟ ଖବର

କଟକ: ବାହାଘର ଭୋଜି ଭିତରକୁ ପଶିଗଲା କାର୍: ୧୧ ଆହତ, ୨ ଗୁରୁତର

କଟକ ଜଗତପୁର ଇମାମନଗର ଅଞ୍ଚଳରେ ଦୁର୍ଘଟଣା । ଏକ ବାହାଘର ଚାଲୁଥିବା ବେଳେ ଭୋଜି ଭିତରକୁ କାର ଚଢାଇ ଦେଲେ ଜଣେ ନିଶାସକ୍ତ ଡ୍ରାଇଭର । ଗତ କାଲି ରାତି ପ୍ରାୟ ୧୦ଟା ବେଳେ ଜଗତପୁର ଇମାମ ନଗର ବାରିକ ସାହିରେ ଘଟିଛି ଏହି ଅଘଟଣ । କାର ଧକ୍କାରେ ୧୧ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ଜଣେ ୯ ବର୍ଷର ବାଳକ ଓ ୬ ବର୍ଷର ବାଳିକା ଅଛନ୍ତି । ଇମାମନଗରର ବାଇଧର ବେହେରାଙ୍କ ଦୁଇ ପୁଅଙ୍କର ବିବାହ ଭୋଜିରେ ଘଟିଛି ଏହି ଦୁଃଖଦ ଘଟଣା । ଦୁର୍ଘଟଣା ଘଟାଇଥିବା କାରଟି ବିବାହ ଭୋଜିକୁ ଆସିଥିବା ଜଣେ ସମ୍ପର୍କୀୟଙ୍କ ବୋଲି ଜଣା ପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେହି ଡ୍ରାଇଭରକୁ ନିସ୍ତୁକ ମାଡ଼ ଦେବା ସହ ପୋଲିସ ଜିମାରେ ଦେଇଥିଲେ । ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଂଚି କାରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ।

Show More

Related Articles

Back to top button