ଓଡ଼ିଶାରାଜନୀତି

ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଜୋରଦାର, ତଥାପି ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ କମିନି

ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହେଲାଣି ପ୍ରଚାର । ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ଓ ସମର୍ଥକ । ହେଲେ ଦଳ ଭିତରେ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ କମିନି

ବାଲେଶ୍ୱର : ବାଲେଶ୍ବର ସଦର ଆସନ ପାଇଁ ବିଜେଡି ସ୍ବରୂପ ଦାସଙ୍କୁ ପ୍ରାର୍ଥୀ ଘୋଷଣାକୁ ନେଇ ଦଳୀୟ ଅସନ୍ତୋଷକୁ କମାଇବା ଲାଗି ବିଜେଡିରେ କସରତ ଜାରି ରହିଛି। ସେପଟେ ଜଗତସିଂହପୁର ତିର୍ତ୍ତୋଲରେ ବି ଜମିଛି ପ୍ରଚାର ।ପ୍ରାର୍ଥୀ ଘୋଷଣା ପରେ ପ୍ରଚାର । ଏଣେ ପ୍ରାର୍ଥୀତ୍ବକୁ ନେଇ ଥମୁନି ଅସନ୍ତୋଷ । ବାଲେଶ୍ବର ସଦର ବିଧାନସଭା ଆସନ ଲାଗି ବିଜେଡି ସ୍ବରୁପ ଦାସଙ୍କୁ ପ୍ରାର୍ଥୀ ଘୋଷଣା ପରେ ଦଳୀୟ ଅସନ୍ତୋଷ ଚିନ୍ତା ବଢ଼ାଇଛି । ସ୍ବରୁପଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିଛନ୍ତି । ରବୀନ୍ଦ୍ର ଓ ତାଙ୍କ ସମର୍ଥକଙ୍କୁ ବୁଝାଇବାରେ ଲାଗିଛନ୍ତି ଦଳର ହେଭିଓ୍ବେଟ ନେତା । ବିଧାୟକ ପ୍ରତାପ ଦେବଙ୍କ ସହିତ ରବୀନ୍ଦ୍ର ଆଲୋଚନା କରିବା ପରେ ରବୀନ୍ଦ୍ର ତାଙ୍କ ସମର୍ଥଙ୍କୁ ଦଳ ପାଇଁ କାମ କରିବା ଲାଗି ଅପିଲ କରିଛନ୍ତି। ସେପଟେ ଦଳର ଆଭ୍ୟନ୍ତର ସ୍ବରକୁ ସୁପ୍ରିମୋଙ୍କ ପାଖରେ ପହଞ୍ଚାଇବେ ବୋଲି କହିଛନ୍ତି ପ୍ରତାପ ଦେବ।

ସେପଟେ ବିଜେପିରୁ ପାର୍ଥୀ ହୋଇଥିବା ବାଲେଶ୍ବରର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ପ୍ରଚାର ଚଳାଇଛନ୍ତି । ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ସହରର ସାହି ବସ୍ତି, ଦୋକାନ ବଜାର ବୁଲି ବୁଲି ଭୋଟ ମାଗୁଛନ୍ତି ମାନସ । ସେହିପରି ଆପ ଛାଡି କଂଗ୍ରେସରୁ ଟିକେଟ ହାତେଇ ଥିବା ମମତା କୁଣ୍ଡୁଙ୍କୁ ନିର୍ବାଚନ ପ୍ରଚାର ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ।ଆଜି ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ନିଜ ନିଜର ପ୍ରଚାର ଆରମ୍ଭ କରିଛନ୍ତି । ରାଜକିଶୋର ବିରିଡି ବ୍ଲକର କଇଜଙ୍ଗା ଓ ଅଲାଣ୍ଡ ପଞ୍ଚାୟତରେ ଘରକୁ ଘର ବୁଲି କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ପ୍ରଚାର କରିଛନ୍ତି । କଂଗ୍ରେସର ହିମାଂଶୁ ମଲ୍ଲୀକ ବିରିଡିର ଉପୁନ୍ଦରା ପଞ୍ଚାୟରେ ଡୋର ଟୁ ଡୋରୁ କ୍ୟାଂମେନିଙ୍ଗ କରିଛନ୍ତି। ସେପଟେ ପଞ୍ଚାୟତ ସ୍ତରରେ କର୍ମୀସମ୍ମିଳନୀ କରୁଛି ବିଜେଡି। ଯେଉଁଥିରେ ଦଳର ବରିଷ୍ଠ ବିଧାୟକମାନେ ସାମିଲ ହୋଇଥିଲେ।ତିର୍ତ୍ତୋଲ ହେଉ ବା ବାଲେଶ୍ବର ସବୁ ଦଳ ପାଇଁ ଏଥର ନୂଆ ପ୍ରାର୍ଥୀ ମଇଦାନକୁ ଆସିଛନ୍ତି । ସବୁ ଦଳରେ ଅସନ୍ତୋଷ ରହିଥିଲେ ବି କର୍ମୀଙ୍କୁ କିଏ ଆଗୁଏ ଏକାଠି କରିପାରୁଛି ଚାଲିଛି ପ୍ରତିଯୋଗିତା।

Show More

Related Articles

Back to top button