ଦେଶମୁଖ୍ୟ ଖବରରାଜନୀତି

ଆଜି ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ଆଜି ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ହେବାକୁ ଯାଉଛି ମହାରାଷ୍ଟ୍ର ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣରରେ ପ୍ରାୟ ୧୫ରୁ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂଚନା ରହିଥିବାବେଳେ ମୁମ୍ବାଇସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ମନ୍ତ୍ରିମଣ୍ଡଳରେ ଏଥର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ପରେ ହେବ।

ତେବେ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବ ସରକାରର କେଉଁମାନଙ୍କୁ ବାଦ ଦିଆଯିବ ଓ କେଉଁମାନଙ୍କୁ ସାମିଲ କରାଯିବ ସେନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଚାଲିଛି

ଅନ୍ୟପକ୍ଷରେ, ସୂତ୍ରରୁ ମିଳିଥିବା ସୂଚନା ମୁତାବକ କ୍ୟାବିନେଟ ସମ୍ପ୍ରସାରଣରେ ବିଜେପି ହାତରେ ଅର୍ଥ, ଗୃହ ଏବଂ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିବ। ସେହିପରି ପ୍ରଥମ ପର୍ଯ୍ୟାୟରେ ନଅ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସୁଯୋଗ ଦେବାକୁ ସିନ୍ଦେ ଦାବି କରିଛନ୍ତି। ବିଦ୍ରୋହ ପରେ ଉଦ୍ଧବ ସରକାରଙ୍କ ଏହି ନଅଜଣ ମନ୍ତ୍ରୀ ସିନ୍ଦେଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଏହି ୯ ଜଣଙ୍କ ମଧ୍ୟରୁ ଦୁଇରୁ ତିନି ଜଣଙ୍କ ନାମ କଟାଯାଇପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗତକାଲି ସକାଳେ ଏକନାଥ ସିନ୍ଦେଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା।

Show More

Related Articles

Back to top button