Breaking PLUSଓଡ଼ିଶାମୁଖ୍ୟ ଖବର
5ଟି ବିଧାନସଭା ସିଟରେ ଉପନିର୍ବାଚନ ଘୋଷଣା

ନିର୍ବାଚନ କମିସନ ରବିବାର ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମତଦାନ ୧୯ ଜୁନ୍ରେ ହେବ। ଭୋଟ ଗଣତି ଜୁନ୍ ୨୩ ତାରିଖରେ ହେବ। ଇସ୍ତଫା କିମ୍ବା ମୃତ୍ୟୁ ଯୋଗୁ ସମସ୍ତ ପାଞ୍ଚଟି ଆସନ ଖାଲି ପଡ଼ିଥିଲା।
ନିର୍ବାଚନ କମିସନଙ୍କ ଅନୁଯାୟୀ, ଉପନିର୍ବାଚନ ହେବାକୁ ଥିବା ପାଞ୍ଚଟି ଆସନ ପାଇଁ ବିଜ୍ଞପ୍ତି ମେ’ ୨୬ ତାରିଖରେ ଜାରି କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ୨ ଜୁନ୍।
ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ଜୁନ୍ ୩ତାରିଖରେ ହେବ। ପ୍ରାର୍ଥୀମାନେ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ।