Breaking PLUSଦେଶ ବିଦେଶମୁଖ୍ୟ ଖବର

ସ୍ୱାମୀଙ୍କୁ ହତ୍ୟାକରି ଶରୀରକୁ ଖଣ୍ଡ ଖଣ୍ଡ କରିଲେ, ପରେ ବିରିୟାନୀ କରି ଖାଇଲେ

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବଚସା ଏବଂ ପରେ ହିଂସାର ଅନେକ ମାମଲା ସାରା ଦୁନିଆରୁ ସାମନାକୁ ଆସିଥାଏ । ଅନେକ ଥର ଦୁହେଁ ପରସ୍ପରର ଜୀବନ ମଧ୍ୟ ନେବାକୁ ପଛାନ୍ତି ନାହିଁ । କିନ୍ତୁ ଇରାନରୁ ଏପରି ଏକ ଭୟଙ୍କର ମାମଲା ସାମନାକୁ ଆସିଛି, ଯାହାକୁ ଜାଣିବା ପରେ ଲୋକେ ଶହେ ଥର ଚିନ୍ତା କରିବେ ।

ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ପ୍ରଥମେ ହତ୍ୟା କରିଥିଲେ ଏବଂ ଶରୀରକୁ ଖଣ୍ଡ ଖଣ୍ଡ କରି ତାର ବିରିୟାନୀ କରି ଖାଇଗଲେ । ଘଟଣାଟି ଇରାନର ରାଜଧାନୀ ତେହରାନର । ଏଠାର ଏସଲାମଶହର ନାମକ ସ୍ଥାନରେ ଏହି ଅବିଶ୍ୱସୀୟନ ଘଟଣା ଘଟିଛି । ଦ ସନର ରିପୋର୍ଟ ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ବଚସା ଲାଗି ରହିଥିଲା । ରିପୋର୍ଟ ଅନୁସାରେ ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ଅଧିକ ଥିଲା ଯେ, ପ୍ରତିଦିନ ଦୁହେଁ ଦୁହିଁଙ୍କୁ ପିଟାମରା କରୁଥିଲେ। ଦୁହିଁଙ୍କ ପାଞ୍ଚ ବର୍ଷର ଜଣେ ଝିଅ ଅଛି । ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ପ୍ରତି ଥିଲା। ଏହି କଥା ତାଙ୍କ ପତ୍ନୀଙ୍କୁ ପସନ୍ଦ ନଥିଲା । ଅନ୍ୟପଟେ ନିଜ ପତ୍ନୀ ଝଗଡା କରୁଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ପସନ୍ଦ କରୁନଥିଲେ । ଦ ସନର ରିପୋର୍ଟ ଅନୁସାରେ, ଦିନେ ଝଗଡା ଅଧିକ ହେବା ପରେ ସ୍ୱାମୀ ଛୁରି ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମହିଳା ଜଣକ ସେହି ଛୁରି ଛଡାଇ ସ୍ୱାମୀଙ୍କୁ ହତ୍ୟା କରିଥିଲେ ।

ଘଟଣା କେବଳ ଏତିକିରେ ସୀମିତ ନାହିଁ । ଏହାପରେ ଯାହା ଘଟିଲା ତାହା କେହି କଳ୍ପନା ମଧ୍ୟ କରିନଥିବେ । ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ସେଥିରେ ବିରିୟାନୀ କରି ଖାଇଥିଲେ । ପୋଲିସ ଘଟଣା ବିଷୟରେ ଜାଣିବା ପରେ ପତ୍ନୀଙ୍କ ଘରେ ପହଞ୍ଚଥିଲା, ସେଠାରୁ ମୃତ ବ୍ୟକ୍ତିଙ୍କ ଅଧା ଶରୀର ଉଦ୍ଧାର କରିଥିଲେ। ପୋଲିସର ଜେରାରେ ମହିଳା ଜଣଙ୍କ ପୂରା ଘଟଣା କରିଥିଲେ । ପୋଲିସର ସୂଚନା ଅନୁସାରେ, ପଡୋଶୀମାନେ ଦୁର୍ଗନ୍ଧ ବାରିବା ପରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ହତ୍ୟାକାରୀ ମହିଳାକୁ ପୋଲିସ ଗିରଫ କରିଛି। ଗିରଫ ମହିଳାଙ୍କ ବୟସ ୨୨ ବର୍ଷ ହୋଇଥିବା ବେଳେ ୧୫ ବର୍ଷ ବୟସରେ ତାଙ୍କୁ ଜୋର କରି ତାଙ୍କର ବିବାହ କରାଯାଇଥିଲା।

Show More

Related Articles

Back to top button