ଓଡ଼ିଶାବାଣିଜ୍ୟ

ବ୍ୟବସାୟୀ ସଂଘର ନିଷ୍ପତ୍ତି, ଅପରାହ୍ନ ୫ଟା ପରେ ଦୋକାନ-ବଜାର ବନ୍ଦ

କରୋନା ସଂକ୍ରମଣକୁ ଦେଖି ବ୍ୟବସାୟୀ ସଂଘର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଜି.ଉଦୟଗିରି ସହରର ସମସ୍ତ ଦୋକାନ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ

ଏନେଇ ଜ.ଉଦୟଗିରି ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଜି.ଉଦୟଗିରି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ତେବେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆଗକୁ ଆସିଛି ଜି.ଉଦୟଗିରି ବ୍ୟବସୀୟ ସଂଘ ।

ଆଜିଠାରୁ ସହରର ସମସ୍ତ ଦୋକାନ ବଜାରକୁ କଟକଣା ସହ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ବେଳେ ଏହି କଟକଣା ମେ ୧୫ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ । ଏହି କଟକଣା ସମୟରେ କେବଳ ମେଡିସିନ ଦୋକାନ ସଦାସର୍ବଦା ଖୋଲାରହିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ।

Show More

Related Articles

Back to top button