Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍‌‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ଭୁବନେଶ୍ୱର- ବ୍ରହ୍ମପୁରରେ ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍‌‌ ଧର୍ମଘଟ ଡାକରା ପ୍ରତ୍ୟାହୃତ ହୋଇଛି। ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନାଙ୍କ ବାସଭବନରେ ବସିଥିବା ବୈଠକ ପରେ ଧର୍ମଘଟରୁ ଓହରିଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ ମାଲିକ ସଂଘ। ବୈଠକରେ ଘରୋଇ ବସ ମାଲିକ ସଂଘର ସମସ୍ତ ଦାବିକୁ ସରକାର ମାନିଥିବା ବେଳେ ଏହା ଉପରେ ତର୍ଜମା କରାଯିବ। ଦଶହରା ପୂଜା ଥିବାରୁ ଏହି ଅବସରରେ ବସ ସେବା ଚାଲୁ ରଖିଥିବାକୁ ମନ୍ତ୍ରୀ କହିଥିଲେ। ଯାହାକୁ ଘରୋଇ ବସ ମାଲିକ ସଂଘ ମାନି ନେଇଛି। ଜିଲା ସଦର ମହକୁମାରୁ ବ୍ଲକକୁ ଲକ୍ଷ୍ମୀ ବସ୍‌‌ ଚଳାଚଳକୁ ନେଇ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ। ଏହାକୁ ନେଇ ଆଜି ସନ୍ଧ୍ୟାରୁ ବସ ଧର୍ମଘଟ ଦିଆଯାଇଥିଲା।

Show More

Related Articles

Back to top button