ଦେଶସ୍ୱତନ୍ତ୍ର

ଜଲିଗଲା ବ୍ୟାଟେରୀ ଚାଳିତ ଗାଡି EEVE ର ମ୍ୟାନୁଫ୍ୟାକଚରିଂ ୟୁନିଟ

ଜଲିଗଲା ବ୍ୟାଟେରୀ ଚାଳିତ ଗାଡି EEVE ର ମ୍ୟାନୁଫ୍ୟାକଚରିଂ ୟୁନିଟ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ଠାରେ ଥିବା ଇଭିଇ ବିଦ୍ୟୁତ ସ୍କୁଟି ମ୍ୟାନୁଫ୍ୟାକଚରିଂ ୟୁନିଟରେ । ଖବର ପାଇ ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ,ଗାଡିର ବ୍ୟାଟେରୀ ସହ ଅନ୍ୟ ପାର୍ଟ ସମ୍ପୂର୍ଣ ଭାବେ ଜଳି ଯାଇଥିବା ବେଳେ ପ୍ରାୟ ୫ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ସୂଚନା ଦେଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି ।

Show More

Related Articles

Back to top button