Breaking PLUSଓଡ଼ିଶାମୁଖ୍ୟ ଖବର

ଜଗତସିଂହପୁରରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା ଜଗତସିଂହପୁର ଜିଲ୍ଲା । ଆଜି ଜଗତସିଂହପୁରରେ ଏହି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉପକୃତ ହେବେ ଜିଲ୍ଲାର ୨ ଲକ୍ଷ ୩୮ ହଜାର ୬୧୪ ପରିବାରର ୮ ଲକ୍ଷ ୭୭ ହଜାର ୬୦ ହିତାଧିକାରୀ ।

ଏହାଛଡା ଜିଲ୍ଲାର ବିକାଶ ପାଇଁ ଅନୁଦାନର ପେଡ଼ି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ।

୨୧୪ଟି ପ୍ରକଳ୍ପର ଶିଳାନ୍ୟାସ ସହ ୧୪୮ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ । ୫୧ କୋଟି ୬୭ ଲକ୍ଷ ଟଙ୍କାରେ ୧୪୮ଟି ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହା ମଧ୍ୟରେ ୩୪ କୋଟି ୮୬ ଲକ୍ଷ ଟଙ୍କାର ୫ଟି ବିଦ୍ୟୁତ ଶକ୍ତି ଯୋଗାଣ ପ୍ରକଳ୍ପ ରହିଛି । ସେହିଭଳି ୭୪୨ କୋଟି ୪୫ ଲକ୍ଷ ଟଙ୍କାରେ ୨୧୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button