Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଷ୍କର୍ମ ଅଭିଯୋଗରେ ଦୁଇ BSF ଯବାନ ଗିରଫ

ସେନା ପୋଷାକରେ ଲାଗିଲା କଳଙ୍କ। ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ହେଲେ ଦୁଇ ବିଏସ୍‌ଏଫ୍ ଯବାନ। ଉତ୍ତର ୨୪ ପ୍ରଗଣା ବାଗଦାଦରେ ଭାରତ-ବାଂଲାଦେଶ ବର୍ଡର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଦୁଇ ଯବାନଙ୍କୁ ଗିରଫ କରାଯାଇଥିବା ପାରାମିଲିଟାରୀ ଫୋର୍ସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

ଅଭିଯୁକ୍ତ ଦୁଇ ଜଣ ହେଲେ ୬୮ ବାଟାଲିଅନର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏସ୍‌ପି ଚେରୋ ଓ କନଷ୍ଟେବଲ ଅଲତାବ ହୁସେନ୍। ଆଗାମୀ କାର୍ଯ୍ୟାନୁଷ୍ଟାନ ପାଇଁ ଦୁଇ ଜଣଙ୍କୁ ପଶ୍ଚିମବଙ୍ଗ ପୁଲିସକୁ ହସ୍ତାନ୍ତର କରାଯିବ। ତେବେ ଧରାପଡ଼ିବା ପରେ ଉଭୟଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କୋର୍ଟ ଅଫ୍‌ ଇନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ ବଙ୍ଗ ବିଏସ୍‌ଏଫ୍‌ର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ରାତିରେ ଉତ୍ତର ୨୪ ପ୍ରଗଣା ବାଗଦାଦର ଭାରତ-ବାଂଲାଦେଶ ବର୍ଡର ପାଖରେ ଏଭଳି ଘଟିଛି। ମହିଳା ଜଣଙ୍କ ବର୍ଡର ଦେଇ ବାଂଲାଦେଶ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଯବାନ ତାଙ୍କୁ ଏକୁଟିଆ ସ୍ଥାନକୁ ଘୋଷାରି ନେଇ ଦୁଷ୍କର୍ମ କରିଛନ୍ତି। ବାଲାଂଦେଶରେ ସମ୍ପର୍କୀୟ ଦେହ ଖରାପ ଶୁଣି ମହିଳା ସୀମା ପାର ହେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଯବାନ ମହିଳାଙ୍କ ସହ ଏଭଳି ପଶୁ ଭଳି କାଣ୍ଡ ଘଟାଇଛନ୍ତି।

ତେବେ ଏହି ଘଟଣାକୁ ନେଇ ବିଜେପି ଟିଏମ୍‌ସି ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି। ଅନ୍ତର୍ଜାଜୀୟ ସୀମାରୁ ବିଏସ୍‌ଏଫ୍ ଯବାନଙ୍କ କ୍ଷେତ୍ରାଧିକାର ୧୫ କମିରୁ ୫୦ କିମି ବଢ଼ାଇବା କେନ୍ଦ୍ର ସରକାରଙ୍କର ନିଷ୍ପତ୍ତିକୁ ଟିଏମ୍‌ସି ନିନ୍ଦା କରିଛି। ରକ୍ଷକ ଭକ୍ଷକ ହେଉଛନ୍ତି। ଏହି ଘଟଣା ପାଇଁ କିଏ ଦାୟୀ ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଟିଏମ୍‌ସି ସାଂସଦ କାକୋଳି ଘୋସ ଦସ୍ତିଦାର। ସେହିପରି ବିଜେପି ପକ୍ଷରୁ ଏହାର ଜବାବ ରଖି ଦିଲ୍ଲୀପ ଘୋଷ କହିଛନ୍ତି। ଏଭଳି ଗୋଟିଏ ଘଟଣା ପାଇଁ ପୂରା ସେନାକୁ ବଦ୍‌ନାମ କରାଯାଇପାରିବ ନାହିଁ । ଆଇନ ତା ବାଟରେ ଯିବ ବୋଲି ଦିଲ୍ଲୀପ ଘୋଷ କହିଛନ୍ତି।

Show More

Related Articles

Back to top button