Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରୁ ପୁଣି ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର, ୩ ଗିରଫ

ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ କଲା କ୍ୟୁଏଟି । ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ ।

ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ କଲା କ୍ୟୁଏଟି । ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ୩ ଜଣଙ୍କୁ ଗିରଫ କରି ଖୋଳତାଡ ଚଳାଇଛି ପୋଲିସ । ସେମାନେ କେଉଁଠୁ ଆଣୁଥିଲେ ଧଳା ଜହର ? କାହା ପାଖକୁ ଚାଲାଣ କରୁଥିଲେ ? ରାଜ୍ୟ ବାହାର ଲିଙ୍କ ଅଛି କି ନାହିଁ ? ଅଭିଯୁକ୍ତଙ୍କୁ ଏସମ୍ପର୍କରେ ପଚରାଉଚରା କରାଯାଉଛି ।

ପୂର୍ବରୁ ବିଭିନ୍ନ ସମୟରେ ଭୁବନେଶ୍ୱରରୁ ବ୍ରାଉନସୁଗାର ଜବତ ହୋଇଛି । ଚଳିତବର୍ଷ ରେକର୍ଡ ପରିମାଣର ଧଳା ଜହର ଜବତ କଲାଣି ଓଡ଼ିଶା ପୋଲିସ ।

Show More

Related Articles

Back to top button