Breaking PLUSଦେଶମୁଖ୍ୟ ଖବର

ସଂସଦର ସଂକ୍ଷିପ୍ତ ବଜେଟ୍ ଅଧିବେଶନ ଆଜିଠୁ

ନୂଆଦିଲ୍ଲୀ- ସଂସଦର ସଂକ୍ଷିପ୍ତ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଏହାର ଆରମ୍ଭ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ହେବ । ସେ ଦୁଇଟି ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହି ଅଧିବେଶନରେ ମୋଟ୍ 8ଟି ବୈଠକ ପ୍ରାସ୍ତାବିତ ହେବ । ଫେବୃୟାରୀ 1 ତାରିଖରେ ଅନ୍ତରିଣ ବଜେଟ୍ ଉପସ୍ଥାପିତ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି ।
ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଅଧିବେଶନ 2024ର ଏହା 17ତମ ଲୋକସଭାର ଶେଷ ଅଧିବେଶନ ଅଟେ । ଫେବୃୟାରୀ 1ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିବେ ।

Show More

Related Articles

Back to top button