ଓଡ଼ିଶାଦେଶରାଜନୀତି

ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ମାରିଲା ବାଜି

ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ଜାରି ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି । ଏହାପରେ ଖୋଲିବ ଇଭିଏମ୍। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଳକା ମହାନ୍ତି ୭,୬୨୫ ଭୋଟରେ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ଦ୍ୱିତୀୟ ରାଉଣ୍ଡରେ ୫,୫୧୫ ଭୋଟ୍ ମିଳିଛି । ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୧୦,୨୪୮ ଭୋଟ୍‌ ମିଳିଥିବା ବେଳେ, ବିଜେପିକୁ ୨,୬୨୩ କଂଗ୍ରେସକୁ ୧,୬୯୯ ଭୋଟ୍ ମିଳିଛି।

ତେବେ ମୋଟ୍ ୧୪ଟି ଟେବୁଲରେ ୨୦ଟି ରାଉଣ୍ଡରେ ଗଣତି ହେଉଛି। ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଣତି କେନ୍ଦ୍ର ହୋଇଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି ।  ଗଣତି କେନ୍ଦ୍ରରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି। ଗଣତି ପାଇଁ ମୋଟ୍‌ ୬୦ ଜଣଙ୍କୁ ନିଯୁକ୍ତ କରାଯାଇଛି।

୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ବକ୍ସରେ ସିଲ୍‌ ହୋଇଥିବା ବେଳେ ମୈଦାନରେ ୩ ପ୍ରମୁଖ ପ୍ରାର୍ଥୀ ଅଛନ୍ତି। ବିଜେଡିର ଅଳକା ମହାନ୍ତି ନିର୍ବାଚନ ଲଢ଼ି ଥିବାବେଳେ ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନିର୍ବାଚନ ଲଢ଼ିଛନ୍ତି।

Show More

Related Articles

Back to top button