Breaking PLUSଓଡ଼ିଶାମୁଖ୍ୟ ଖବର

ଗଙ୍ଗାନଗର ମା ଆଉ ଦୁଇ ଝିଅଙ୍କ ମୃତଦେହ ମିଳିବା ପରେ ବାପାର ମୃତଦେହ ଉଦ୍ଧାର

ଦିନକରେ ଛାରଖାର ହୋଇଗଲା ହସଖୁସିରେ ସଂସାର । ଗତକାଲି ଝାରସୁଗୁଡା ଜିଲ୍ଲା ଗଙ୍ଗାନଗର ଫାଟକ ପଦାସ୍ଥିତ ଏକ ଘରୁ ଜଣେ ମହିଳା ଓ ତାଙ୍କ ୨ ନାବାଳିକା ଝିଅଙ୍କ ମୃତଦେହ ମିଳିଥିବା ବେଳେ ଆଜି ମିଳିଛି ତାଙ୍କ ସ୍ୱାମୀଙ୍କ ମୃତଦେହ ।

ଦିନକରେ ଛାରଖାର ହୋଇଗଲା ହସଖୁସିରେ ସଂସାର । ଗତକାଲି ଝାରସୁଗୁଡା ଜିଲ୍ଲା ଗଙ୍ଗାନଗର ଫାଟକ ପଦାସ୍ଥିତ ଏକ ଘରୁ ଜଣେ ମହିଳା ଓ ତାଙ୍କ ୨ ନାବାଳିକା ଝିଅଙ୍କ ମୃତଦେହ ମିଳିଥିବା ବେଳେ ଆଜି ମିଳିଛି ତାଙ୍କ ସ୍ୱାମୀଙ୍କ ମୃତଦେହ । ଗତକାଲି ମହିଳା ଓ ତାଙ୍କ ୨ ଝିଅଙ୍କ ମୃତଦେହ ଘରେ ପଡ଼ିଥିବା ବେଳେ ତାଙ୍କ ସ୍ୱାମୀଙ୍କ ପତ୍ତା ମିଳୁ ନ ଥିଲା। ପୁଲିସ୍‌ ତାଙ୍କୁ ସନ୍ଦେହ କରି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଆଜି ଘର ନିକଟ କୂଅରୁ ମିଳିଛି ମୃତା ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ।

ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ହତ୍ୟାକାଣ୍ଡ ହୋଇଥିଲେ ଏହା ପଛରେ କାହାର ହାତ ଅଛି, ଅଭିଯୁକ୍ତ କ’ଣ ପାଇଁ ଘଟାଇଲା ଏପରି ଅଭାବନୀୟ କାଣ୍ଡ ତାହାକୁ ନେଇ ଏବେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ୍‌ ମୃତକଙ୍କ ଭାଇକୁ ଅଟକ ରଖି ପଚରାଉଚରା କରୁଛି। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ଏକ କୁଅରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନାରାୟଣ ପୋଦାର । ପରିବାର ଲୋକ ମୃତଦେହ ଚିହ୍ନଟ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି ।

ଗତକାଲି ଗଙ୍ଗାନଗର ଫାଟକ ପଦାରେ ଏକ ଘରୁ ନାରାୟଣଙ୍କ ପତ୍ନୀ ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତା ୩ ଜଣଙ୍କ ମଧ୍ୟରୁ କେବଳ ସୋନିଙ୍କ ବେକରେ ନଖ ଚିହ୍ନ ଥିବା ବେଳେ ଛୁଆ ୨ ଜଣଙ୍କ ଶରୀରରେ କିଛି ଚିହ୍ନ ନ ଥିଲା। ତେଣୁ ବିଷକ୍ରିୟା କରି ଏପରି ହତ୍ୟାକାଣ୍ଡ ଘଟାଯାଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ପରିବାରରେ ସମସ୍ତେ ଭାତ, ମାଛ ତରକାରୀ ଖାଇଥିଲେ। ଏହାପରେ ବୁଧବାର ସକାଳେ ସୋନି ଓ ତାଙ୍କ ୨ ଝିଅଙ୍କ ମୃତଦେହ ଘରୁ ମିଳିଥିବା ବେଳେ ନାରାୟଣ ଫେରାର ଥିଲେ। ତେଣୁ ଖାଦ୍ୟରେ କିଛି ବିଷମିଶାଇ ଏପରି ହତ୍ୟାକାଣ୍ଡ ଘଟାଯାଇଥିବା ଦିଗକୁ ତଦନ୍ତ କରୁଛି ପୁଲିସ୍‌। ଗତକାଲି ପୁଲିସ୍‌ ଓ ଫୋରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ବେଳେ ଘରେ ପଡ଼ିଥିବା ଭାତକୁ ମଧ୍ୟ ସଂଗ୍ରହ କରି ଫୋରେନସିକ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛନ୍ତି।

Show More

Related Articles

Back to top button