Breaking PLUSଦେଶମନୋରଞ୍ଜନ

‘ବ୍ରହ୍ମାସ୍ତ୍ର’ର ମେଗା ଇଭେଣ୍ଟ୍ ବାତିଲ୍ କଲା ପୋଲିସ୍

ନିର୍ମାତାଙ୍କୁ ୧.୫୦ କୋଟିର କ୍ଷତି

ରଣବୀର-ଆଲିଆ ଷ୍ଟାରର୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ମେଗା ଇଭେଣ୍ଟ ଶେଷ ମୁହୂର୍ତ୍ତରେ ବାତିଲ୍ ହୋଇଯାଇଛି। ଗୋଟିଏ ପଟେ ବୟକଟ୍ ଟ୍ରେଣ୍ଡ୍ ମେକର୍ସଙ୍କ ମୁଣ୍ଡବିନ୍ଧା ବଢାଇଥିବାବେଳେ ଆଉ ଗୋଟେ ପଟେ ପ୍ରାୟ ୧ କୋଟି ୫୦ ଲକ୍ଷର କ୍ଷତି ମେକର୍ସଙ୍କ ନିଦ ହଜାଇ ଦେଇଛି। ଏହି ମେଗା ଇଭେଣ୍ଟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ ‘ଆର୍.ଆର୍.ଆର୍’ ଫେମ୍ ସାଉଥ୍ ସୁପରଷ୍ଟାର ‘ଜୁନିୟର୍ ଏନ୍.ଟି.ଆର୍’। ଏହି ପ୍ରି-ରିଲିଜ୍ ଇଭେଣ୍ଟରେ ରଣବୀର କପୁର, ଆଲିଆ ଭଟ୍ଟ, ମୌନି ରୟ, ଏସ୍.ଏସ୍.ରାଜମୌଲିଙ୍କ ସମେତ କରଣ ଜୋହର୍ ସାମିଲ୍ ହୋଇଥାନ୍ତେ। ସୂଚନା ଅନୁଯାୟୀ ଏହି ମେଗା ଇଭେଣ୍ଟ୍ ପାଇଁ ପୋଲିସ୍ ଅନୁମତି ଥିଲା। କିନ୍ତୁ ପ୍ରବଳ ଗହଳି ଯୋଗୁଁ ପୋଲିସ୍‌ର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକ୍ରମକୁ ଅନ୍ତିମ ସମୟରେ ବାତିଲ୍ କରିବାକୁ ପଡିଛି। ଫଳରେ ନିର୍ମାତାଙ୍କୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି। ଖବର ଅନୁସାରେ ଏହି ଇଭେଣ୍ଟରେ ଜୁନିୟର ଏନ୍.ଟି.ଆର୍, ରଣବୀର, ଆଲିଆ ଓ ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନ୍ଙ୍କ ସହିତ, ଫିଲ୍ମର ପୁରା ୟୁନିଟ୍ ପ୍ରଦର୍ଶନ କରିଥାନ୍ତେ । କିନ୍ତୁ କାର୍ଯ୍ୟକ୍ରମ ବାତିଲ୍ ଯୋଗୁଁ ଫ୍ୟାନ୍ସ ମାନଙ୍କୁ ସେମାନଙ୍କ ପର୍ଫୋମାନ୍ସ ଦେଖିବାରୁ ବଞ୍ଚିତ ହେବାକୁ ପଡିଛି। ଅନ୍ୟପଟେ ପ୍ରବଳ ଭିଡ ନୁହେଁ, ବରଂ ବାତିଲ୍ ହେବାର କାରଣ ଆଉକିଛି ବୋଲି ‘ଇ-ଟାଇମ୍ସ’କୁ କହିଛନ୍ତି, ତେଲୁଗୁ ଫିଲ୍ମର ଜଣେ ସିନିୟର୍। ତାଙ୍କ କହିବାନୁସାରେ, ‘ବ୍ରହ୍ମାସ୍ତ୍ର’ର ପ୍ରଡକ୍ସନ୍ ଟିମ୍‌ର କର୍ମୀ ପୋଲିସ୍ ଅନୁମତି ପାଇଁ ଉତ୍ତରଦାୟୀଥିଲେ। ଏହି ଇଭେଣ୍ଟଟି ଗଣେଶ ପୂଜା ସମୟରେ ଆୟୋଜନ ହୋଇଥିବାରୁ ପେପର୍ ଓ୍ବାର୍କରେ ବିଳମ୍ବ ହିଁ ଏହି ଇଭେଣ୍ଟକୁ ବିଫଳ କରିଛି। ଏହା ବି ସୂଚନା ମିଳିଛି ଯେ, ପୋଲିସ୍ ନିଜ ଚିଠିରେ ଏହା ଉଲ୍ଲେଖ କରିଛି ଯେ ଗଣେଶ ପୂଜା ଉତ୍ସବ ଆୟୋଜନରେ ଅଧିକାଂଶ ପୋଲିସ୍ ନିୟୁକ୍ତ ଅଛନ୍ତି। ତେଣୁ ‘ବ୍ରହ୍ମାସ୍ତ୍ର’ର ମେଗା ଇଭେଣ୍ଟରେ ନିଯୁକ୍ତି ପାଇଁ ଆବଶ୍ୟକ ଅନୁଯାୟୀ ପର୍ଯାପ୍ତ ପରିମାଣରେ ପୋଲିସ୍ ଫୋର୍ସ ଉପସ୍ଥିତ ହୋଇପାରିବେ ନାହିଁ। ଏବଂ ଏହି ମେଗା ଇଭେଣ୍ଟର ଆୟୋଜନ ଗଣେଶ ଭସାଣି ଦିନ ପଡୁଥିବରୁ ଭକ୍ତମାନଙ୍କୁ ଅସୁବିଧା ହୋଇପାରେ। ଅୟାନ୍ ମୁଖାର୍ଜୀ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖକୁ ଆଉ ମାତ୍ର ୬ ଦିନ ବାକି ରହିଲା। ସିନେମାରେ ବଲିଉଡ୍ ଲେଜେଣ୍ଡ୍ ଅମିତାଭ ବଚ୍ଚନ, ସୁପରଷ୍ଟାର୍ ନାଗାର୍ଜୁନ୍, ମୌନିରୟ୍ ଆଦିଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ‘ବ୍ରହ୍ମାସ୍ତ୍ର’ ୩ଟି ଭାଗରେ ରିଲିଜ୍ ହେବାକୁ ଥିବାବେଳେ ଆଗକୁ ଏଥିରେ ଦୀପିକା, କାଜୋଲ୍, ମାଧୁରୀ ସମେତ ଅନେକ ବଡ ବଡ କଳାକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ପ୍ରମୋ ଭିଡିଓରେ କିଙ୍ଗ୍ ଖାନ୍ ‘ଶାହରୁଖ୍’ଙ୍କ ଲୁକ୍‌ର ଝଲକ୍ ଦେଖି ଦର୍ଶକଙ୍କ ଉତ୍ସାହ ବଢିଯାଇଛି। ‘ବ୍ରହ୍ମାସ୍ତ୍ର ପାର୍ଟ-୧ ଶିବା’ ବିଭିନ୍ନ ଭାଷାରେ ‘ସେପ୍ଟେମ୍ବର ୯’ ତାରିଖରେ ଦେଶବ୍ୟାପୀ ମୁକ୍ତିଲାଭ କରିବ।

Show More

Related Articles

Back to top button