ଦେଶମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

ଚତୁର୍ଥ ଦିନରେ ଏତିକି ଆୟ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’

ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ବଲିଉଡ଼ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ । ଚତୁର୍ଥ ଦିନରେ ପାଖାପାଖି  ୧୩୫କୋଟି ଟଙ୍କାର ଆୟ କରିଛି ଏହି ଫିଲ୍ମ ।

ଓପନିଂ ଡେରେ ଏହି ଫିଲ୍ମ ଦେଶ ସାରା ୩୬.୫କୋଟି ଟଙ୍କାର ଆୟ କରିଛି । ଯାହାକି ଶନିବାର ଫିଲ୍ମଟି ୪୧କୋଟିର କଲେକ୍ସନ କରିଛି । ସେହିଭଳି ଏହି ଫିଲ୍ମ ରବିବାର ହିନ୍ଦୀରେ ପାଖାପାଖି ୪୨.୫କୋଟିର ଆୟ କରିଛି ।

 ଓ୍ବିକେଣ୍ଡରେ ଭଲ କଲେକ୍ସନ ସହ ‘ବ୍ରହ୍ମାସ୍ତ୍ର’ରଣବୀର କପୁରଙ୍କ ପ୍ରଥମ ଓ୍ବିକେଣ୍ଡରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ହୋଇଯାଇଛି । ଏହା ପୂର୍ବରୁ ଏହି ରେକର୍ଡ ତାଙ୍କ ଫିଲ୍ମ ‘ସଞ୍ଜୁ’ନାମରେ ଥିଲା । ତେବେ ‘ବ୍ରହ୍ମାସ୍ତ୍ର’ ଦେଶ ସାରା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହୋଇଥିବାବେଳେ ହିନ୍ଦୀ ଭର୍ସନରୁ ସବୁଠାରୁ ଅଧିକ ଆୟ ହୋଇଥିବା କୁହାଯାଉଛି ।

Show More

Related Articles

Back to top button