ଦେଶମନୋରଞ୍ଜନ

‘ଦ କାଶ୍ମୀର ଫାଇଲ୍ସ’କୁ ପାର୍ କଲା ‘ବ୍ରହ୍ମାସ୍ତ୍ର

‘ବ୍ରହ୍ମାସ୍ତ୍ର’ ରିଜିଜ ହେବା ପରଠୁ ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗି ଚାଲିଛି । ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଏହାର ଭିନ୍ନ ଦୁନିଆ ହେତୁ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଏହି ଫିଲ୍ମ ପ୍ରତିଦିନ ଚମକପ୍ରଦ ଆକଳନରେ କଲେକସନ୍‌ କରୁଛି । ଦ୍ୱିତୀୟ ସପ୍ତାହ ଶେଷରେ ପୁଣିଥରେ ଫିଲ୍ମର ରୋଜଗାରରେ ବୃଦ୍ଧି ଦେଖାଯାଇଛି।

ଏବେ ଏହି ଫିଲ୍ମ ବର୍ଷର ସବୁଠାରୁ ସଫଳ ସିନେମା ହୋଇଥିବାବେଳେ ଦ କାଶ୍ମୀର ଫାଇଲ୍ସ’କୁ ଅତିକ୍ରମ କରିସାରିଥିବା ନେଇ ସାଧାରଣରେ ଦାବି ହେଉଛି । ଏହାକୁ ନେଇ ରିଆକ୍ସନ ଦେଇଛନ୍ତି ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଏ ନେଇ ଏକ ଟ୍ୱିଟ କରି ସେ ଲେଖିଛନ୍ତି ଯେ, ‘ବ୍ରହ୍ମାସ୍ତ୍ର ପାର୍ଟ ୧: ଶିବା’ର ଇନକମ୍ ଜୋର ଧରିଛି । ରଣବୀର-ଆଲିଆଙ୍କ ଏହି ସିନେମା ପୂର୍ବରୁ ୨୦୦ କୋଟି କ୍ଲବରେ ସାମିଲ ହୋଇସାରିଛି । ଏହାଭିତରେ ସିନେମାର ଇନକମ୍ ଏବେ ‘ଦ କାଶ୍ମୀର ଫାଇଲ୍ସ’ ସହ ତୁଳନା କରାଯାଉଛି ।

ସେହିପରି ଆହୁରି ଲେଖିଛନ୍ତି ଯେ, ହା..ହା..ହା ମତେ ଏହା ଜଣା ନାହିଁ କି ସେମାନେ ‘ଦ କାଶ୍ମୀର ଫାଇଲ୍ସ’କୁ କେମିତି ହରାଇଲେ, ବାଡି ରେ, ପଥର ରେ, ହକି ରେ, ରଡ୍ ରେ, ଏକେ-୪୭ ରେ, ପେଡ ପିଆର ରେ ନା ଇନଫ୍ଲୁଏନ୍ସର ରେ । ବଲିଉଡ ଫିଲ୍ମ ଗୁଡିକୁ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଦିଆଯାଉ । ମୁଁ ଏହି ମୁର୍ଖତାପୂର୍ଣ୍ଣ ଦୌଡରେ ସାମିଲ ନାହିଁ । ଧନ୍ୟବାଦ

Show More

Related Articles

Back to top button