ଓଡ଼ିଶାଦୁର୍ଘଟଣାସ୍ୱତନ୍ତ୍ର

ପ୍ରେମିକା ପାଇଁ ଚିଠି ଲେଖି ପ୍ରେମିକର ଆତ୍ମହତ୍ୟା

ହାତଲେଖା ସୁଇସାଇଡ୍ ନୋଟ ଜବତ

ଆନନ୍ଦପୁର ନନ୍ଦିପଦା ଥାନା ଖେତୁଆଳି ଗାଁ ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଇଛି । ମୃତ ଯୁବକ ହେଲେ ସ୍ଥାନୀୟ ନୂଆ ରମ୍ପାସ ଗ୍ରାମର ସାଗର ସାହୁ । ମୃତଦେହ ଗଛରୁ ଓହ୍ଲାଇବାପରେ ମୃତ ସାଗର ପ୍ୟାଣ୍ଟ ପକେଟରୁ ଏକ ହାତଲେଖା ସୁଇସାଇଡ୍ ନୋଟ ଜବତ କରିଛି ।

ଜବତ ହୋଇଥିବା ନୋଟରେ ଉଲ୍ଲେଖ ଅଛି , ମୋ ଭଲ ପାଇବା ଛାଡି ଚାଲିଯାଉଛି ଧନ । ମୋତେ ଭୁଲ୍ ବୁଝିବୁ ନାହିଁ । ତତେ ଦେଇଥିବା କଥା ରଖି ପାରିଲି ନାହିଁ । ଆମ ପ୍ରେମକୁ ମୋ ଦୁଇ ଭଉଣୀ ଗ୍ରହଣ କଲେନାହିଁ । ଏଥିପାଇଁ ମୁଁ ଏଭଳି ନିଷ୍ପତ୍ତି ନେଲି । ଝିଅ ପକ୍ଷରୁ କୌଣସି ଭୁଲ୍ ନାହିଁ ।

 ସୂଚନା ଅନୁସାରେ ସାଗର ଭଲପାଉଥିବା ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଦୁଇ ଭଉଣୀ ଏଥିରେ ଅରାଜି ହୋଇଥିଲେ । ଯେଉଁଥିପାଇଁ ସାଗର ଅତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି । ତେବେ ପୋଲିସ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରିଛି ଏବଂ  ତଦନ୍ତ ଜାରି ରଖିଛି ।

Show More

Related Articles

Back to top button