ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଇନୋଭାକୁ ପିଟିଲା ଯାତ୍ରୀବାହୀ ବସ୍ ୨ ମୃତ, ୩୦ ଆହାତ
ଅନୁଗୁଳ ଜିଲ୍ଲାର କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଇନୋଭା ଗାଡ଼ିକୁ ପିଟିଲା ଯାତ୍ରୀବାହୀ ବସ୍ । ଇନୋଭାରେ ଥିବା ୨ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
![](https://www.utkalprahari.com/wp-content/uploads/2020/11/34df084a9cbac103ac377fb3e817a6b5e04f9836d8b515d95fbcf006114d1fa0.jpg)
ଅନୁଗୁଳ ଜିଲ୍ଲାର କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଇନୋଭା ଗାଡ଼ିକୁ ପିଟିଲା ଯାତ୍ରୀବାହୀ ବସ୍ । ଇନୋଭାରେ ଥିବା ୨ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏମାନଙ୍କ ଭିତରୁ ୬ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨୪ ଜଣଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବୌଦ୍ଧ-ରେଢ଼ାଖୋଲ ରାସ୍ତାସ୍ଥିତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗତ ରାତି ପ୍ରାୟ ଗୋଟାଏ ସମୟରେ ବଲାଙ୍ଗୀର ଅଞ୍ଚଳରେ ଏକ ଇନୋଭା କାର୍ (ଓଡି୦୩ ଜି-୨୨୫୫) ରେଢାଖୋଲ୍ – ବୌଦ୍ଧ ରାସ୍ତାର କିଆକଟା ଛକ ନିକଟରେ ରାସ୍ତା କଡରେ ରଖି ଯାତ୍ରୀମାନେ ପରିସ୍ରା କରିବାକୁ ଯାଇଥିବା ବେଳେ ହୀରାକୁଦରୁ ବ୍ରହ୍ମପୁର ଯାଉଥିବା ବୃନ୍ଦାବନ ନାମକ ଘରୋଇ ଯାତ୍ରୀ ବାହୀ ବସ୍ (ଓଡ଼ି ୦୨ ଏ କେ-୮୧୮୮) ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।