ଅପରାଧଆଇନ କାନୁନଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ପାନ ଦୋକାନୀ ଘର ଉପରେ ବୋମାମାଡ଼

ସାଲେପୁର : ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ପାନ ଦୋକାନୀ ଘର ଉପରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବୋଦାମୁଣ୍ଡେଇ ଗାଁରେ। ବୋମାମାଡ଼ରେ କାହାର କିଛି ହୋଇନାହିଁ। ଗତକାଲି ରାତିରେ ପାନ ଦୋକାନୀ ପ୍ରଫୁଲ୍ଲ ନାୟକଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ ହୋଇଥିଲା। ସୌଭାଗ୍ୟବଶତଃ ବୋମା ଦୁଇଟି ତାଙ୍କ ଛାତ ଉପରେ ପଡ଼ିଥିଲା। ଯାହାଫଳରେ ପରିବାର ଲୋକଙ୍କର କିଛି କ୍ଷତି ହୋଇନଥିଲା। ଏଭଳି ଏକ କାଣ୍ଡ ପୂର୍ବତନ ସରପଞ୍ଚ ରଞ୍ଜିତ କୁମାର ଦାସ ଓ ତାଙ୍କର ଦୁଇ ସହଯୋଗୀ ଘଟାଇଥିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ସରପଞ୍ଚ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରଫୁଲ୍ଲଙ୍କ ସହ ମୋର ପୂର୍ବ ଶତ୍ରୃତା ନାହିଁ।  ଯଦି ମୁଁ ଦୋଷୀ ହୋଇଥିବି ତାହାହେଲେ ଆଇନ ଅନୁସାରେ ଦଣ୍ଡ ମିଳିବ। ପୁଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button