Breaking PLUSଓଡ଼ିଶାମୁଖ୍ୟ ଖବର
ଦିଲ୍ଲୀରେ 40ଟି ସ୍କୁଲକୁ ବୋମା ଧମକ

ଦିଲ୍ଲୀ-ଦିଲ୍ଲୀରେ ଗୋଟିଏ ଦିନରେ ୪୦ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ । ନୂଆଦିଲ୍ଲୀର ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ହୋଇଛି। ଡିପିଏସ୍ ଆରକେ ପୁରମ୍ ଏବଂ ପଶ୍ଚିମ ବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବା ନେଇ ଧମକ ଦେବା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି। ଘଟଣା ପରେ ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲରୁ ଘରକୁ ଫେରାଇ ଦିଆଯାଇଛି।