Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ବୋଲେରୋକୁ ପଛରୁ ଧକ୍କା ଦେଲା ଅନ୍ୟ ଏକ ବୋଲେରୋ : ଦୁଇ ଗୁରୁତର

ନନ୍ଦପୁର: ରାସ୍ତା କଡରେ ଛିଡା ହୋଇଥିବା ଏକ ବୋଲେରୋକୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ବୋଲେରୋ ଧକ୍କା ଦେବାରୁ ୨ଜଣ ଗୁରୁତର ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଖବରପାଇ ଘସିପୁରା ପୋଲିସ୍ ପହଁଞ୍ଚି ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ୨୦ ନଂ ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏହି ଦୁର୍ଘଟଣା ଘଟିଛି। ୨୦ ନଂ ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏକ ବୋଲେରୋରୁ ଯାତ୍ରୀ ଓହ୍ଲାଇ ନିକଟସ୍ଥ ହୋଟେଲକୁ ଖାଇବାକୁ ଯାଇଥିଲେ। ବୋଲେରୋଟି ରାସ୍ତା କଡରେ ଛିଡା ହୋଇ ରହିଥିଲା। ସ୍ଥାନୀୟ ହାତିବନ୍ଧା ଗାଁର ଗୋଟିଏ ପରିବାରର ୯ ଜଣଙ୍କୁ ନେଇ ଅନ୍ୟ ଏକ ବୋଲେରୋଟି ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିଲା। ରାସ୍ତା କଡରେ ଛିଡା ହୋଇଥିବା ଅନ୍ୟ ଏକ ବୋଲେରୋକୁ ଧକ୍କା ଦେଇଥିଲା। ଏଥିରେ ୯ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

Show More

Related Articles

Back to top button