Breaking PLUSଓଡ଼ିଶାମୁଖ୍ୟ ଖବର

ନଦୀରେ ବୁଡି ଦୁଇ ଭାଇଙ୍କ ସଲୀଳ ସମାଧୀ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କୋଠଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ଗାଁର ହାଫିକ ଅବଦୁଲଙ୍କ ଦୁଇ ପୁଅ ସାହିଲ ଓ ସାହିଦ ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କୋଠଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ଗାଁର ହାଫିକ ଅବଦୁଲଙ୍କ ଦୁଇ ପୁଅ ସାହିଲ ଓ ସାହିଦ । ସୂଚନାଯୋଗ୍ୟ ଯେ, ଦୁଇ ଭାଇ ଘର ବାହାରକୁ ଖେଳିବାକୁ ଯାଇଥିଲେ । ପ୍ରବଳ ବର୍ଷା ହେବାରୁ ଦୁଇ ଭାଇ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ପରେ ତାଙ୍କୁ ପାଇ ନଥିଲେ । ପରେ ସ୍ଥାନୀୟ ନଦୀରୁ ଉଭୟ ପିନ୍ଧିଥିବା ଡ୍ରେସ ଓ ଚପଲ ପଡିଥିବାରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ବିଳମ୍ବିତ ରାତିରେ ବହୁ ଖୋଜା ଖୋଜି ପରେ ଉଭୟଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଥିଲା । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏନେଇ ନେଇ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Show More

Related Articles

Back to top button