
ମଙ୍ଗଳବାର ଉତ୍ତରାଖଣ୍ଡ ଉତ୍ତର କାଶୀରେ ବଡ଼ ଧରଣର ହିମସ୍ଖଳନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୮ ଟ୍ରେକର ଫଶି ଯାଇଥିବାବେଳେ ୧0 ଟ୍ରେକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନସୁଦ୍ଧା ୧୮ ଟ୍ରେକରଙ୍କ ମୃତଦେହ ନିଖୋଜ ରହିଛି । ଏନେଇ ନେହେରୁ ପର୍ବତାରୋହଣ ସଂସ୍ଥାନ (ଏନଆଇଏମ)ର ପ୍ରିନ୍ସପାଲ କର୍ଣ୍ଣେଲ ବିଷ୍ଟ ସୂଚନା ଦେଇଛନ୍ତି ।
ନିଖୋଜଙ୍କ ଉଦ୍ଧାର ପାଇଁ ଏନଡିଆରଏଫ, ଏସଡିଆରଏଫ ଓ ସେନା ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି।ବରଫରେ ଫଶି ରହିଥିବା ଟ୍ରେକରଙ୍କ ଉଦ୍ଧାର ନିମନ୍ତେ ଭାରତୀୟ ବାୟୁସେନା (ଆଇଏଏଫ) ୨ଟି ଚିତା ହେଲିକପ୍ଟର ମୂତୟନ କରିଛନ୍ତି। ରିପୋର୍ଟ ଅନୁସାରେ ଦ୍ରୌପଦୀ କା ଡଣ୍ଡା ୫ ହଜାର ୬୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟବାଲ ଏଭଲାଞ୍ଚରେ ଫଶିଥିବା ଲୋକଙ୍କ ମଧ୍ୟରେ ଏନଆଇଏମର ଟ୍ରେନି ପର୍ବତାରୋହୀ ଓ ସେମାନଙ୍କ ପ୍ରଶିକ୍ଷକମାନେ ଥିବା କହିଛନ୍ତି।
ଟ୍ରେକରଙ୍କ ରେସ୍କ୍ୟୁ ପାଇଁ ବଡ଼ ଧରଣର ଉଦ୍ଧାର ଅଭିଯାନ ଚଳାଯାଇଛି। ତେବେ ଇତି ମଧ୍ୟରେ ପୁଣି ହୀମପାତ ଆରମ୍ଭ ହୋଇଯିବା ରେସ୍କ୍ୟୁ ଅପରେସନକୁ ପ୍ରଭାବିତ କରିଛି।