ଦେଶପାଣିପାଗସ୍ୱତନ୍ତ୍ର

ବେଙ୍ଗାଲୁରୁ ବନ୍ୟାରେ ଏକମାତ୍ର ଭରସା ସାଜିଛି ଡଙ୍ଗା

ଲଗାଣ ବର୍ଷା ଫଳରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ୪ରୁ୫ ଦିନ ହେବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା,ଘାଟ ସବୁଆଡେ ପାଣିମୟ । ପାଣି ଘେରରେ ବସବାସ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି ଅନେକ ସ୍ଥାନରେ ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀ ବିଭିନ୍ନ ସ୍ଥାନରେ ଫସିରହିଛନ୍ତି । ଯେଉଁଥିପାଇଁ ନିଜ କର୍ମଚାରୀ ଓ ତାଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଏମଏନସି ଗୁଡିକ ଏବେ ଡଙ୍ଗା କିଣୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଉଟର ରିଙ୍ଗ ରୋଡରେ ଥିବା ଆମେରିକିଭିତିକ ଏକ ପ୍ରମୁଖ ବିତୀୟ ସେବା କମ୍ପାନୀ ଏଭଳି ବୋଟ କିଣୁଛି । ବନ୍ୟାରେ ନିଜର ହଜାରରେ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ କମ୍ପାନି ଏହାକୁ ବ୍ୟବହାର କରୁଛି । ଓଆରଆର ଅଞ୍ଚଳରେ ବର୍ଷା ଯୋଗୁଁ ସୃଷ୍ଟି ବନ୍ୟାରେ ବ୍ୟବସାୟିକ କାର୍ଯ୍ୟ ବ୍ୟାହତ ହୋଇଥିଲା । ଫଳରେ ଏମଏନସି ଗୁଡିକ ଡଙ୍ଗା କିଣୁଛନ୍ତି ।

Show More

Related Articles

Back to top button