Breaking PLUSଓଡ଼ିଶାମୁଖ୍ୟ ଖବର
କରୋନା ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ

ଭୁବନେଶ୍ୱର, 22 ମେ – ରାଜଧାନୀ ଭୁବନେଶ୍ୱରରୁ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହେବା ପ୍ରସଙ୍ଗରେ ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କରୋନାର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ଅଛି । ଯାହା ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗର ଗାଇଡ଼ ଲାଇନ ଆସିବ ସେ ଅନୁସାରେ କାର୍ଯ୍ୟ କରାଯିବ । ପୂର୍ବରୁ ମଧ୍ୟ ମହାମାରୀ କରୋନାର ସଠିକ ମୁକାବିଲା ବିଏସସି କରିଥିଲା ଏବଂ ଏଥର ମଧ୍ୟ ଆମେ ପ୍ରସ୍ତୁତ ହୋଇକି ଅଛୁ ବୋଲି ମେୟର କହିଛନ୍ତି । ଏବେ ବିଶେଷ କିଛି କେସ ଆସିନାହିଁ । ଜନସାଧାରଣ ବିଚଳିତ ନହୋଇ ଟିକେ ସତର୍କ ରୁହନ୍ତୁ ବୋଲି ସୁଲୋଚନା ଦାସ ପରାମର୍ଶ ଦେଇଛନ୍ତି ।