Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଏମ୍‌ସି ନିର୍ବାଚନ ପ୍ରସ୍ତୁତି

ଆଜି ସର୍ବଦଳୀୟ ବୈଠକ, ପ୍ରକାଶ ପାଇବ ଭୋଟର ତାଲିକା

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଛି । ଏନେଇ ଗୁରୁବାର ସର୍କିଟ ହାଉସ୍‌ରେ ବସିବ ସର୍ବଦଳୀୟ ବୈଠକ । ଏଡିଏମ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେପଟେ ଗୁରୁବାର ପ୍ରାଥମିକ ଭୋଟର ତାଲିକା ମଧ୍ୟ ପ୍ରକାଶ ପାଇବ । ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ, ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମେତ ୬୭ ୱାର୍ଡରେ ଏହି ତାଲିକା ପ୍ରକାଶ ପାଇବ । ଚଳିତ ବର୍ଷ ରାଜଧାନୀରେ ମୋଟ୍‌ ୭ ଲକ୍ଷ ୨୭ ହଜାର ୪୫୬ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଶୁକ୍ରବାର ଡ୍ରାଫ୍ଟ ବୁଥ ଲିଷ୍ଟ ଏବଂ ପ୍ରେସ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ । ସେହିପରି ବିଏମ୍‌ସି ପକ୍ଷରୁ ମଧ୍ୟ ନିର୍ବାଚନୀ ପ୍ରସ୍ତୁତୀ ଆରମ୍ଭ ହୋଇଛି । ବୁଧବାର ବିଭିନ୍ନ ବିଭାଗରୁ ପ୍ରାୟ ୧୩ କର୍ମଚାରୀଙ୍କୁ ବିଏମ୍‌ସିର ନିର୍ବାଚନୀ ସେକ୍ସନକୁ ଡେପୁଟେସନରେ ଅଣାଯାଇଛି ।

ନିର୍ବାଚନ ପର୍ଯ୍ୟନ୍ତ ସେମାନେ ସେଠାରେ କାର୍ଯ୍ୟ କରିବେ । ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବାଠୁ ୱାର୍ଡ ରାଜନୀତି ସରଗରମ ହେଲାଣି । ସବୁ ଦଳ ନିଜ ପତିଆରା ଜାହିର ପାଇଁ ତୃଣମୃଳସ୍ତରରୁ ସଂଗଠନକୁ ସଦୃଢ କରିବା ଆରମ୍ଭ କରିଛନ୍ତି । କର୍ପୋରେଟର ଟିକେଟ୍‌ ପାଇଁ ୩ ପ୍ରମୁଖ ଦଳରେ ଲବି ମଧ୍ୟ ଆରମ୍ଭ ହୋଇଛି । ସଂରକ୍ଷଣ କଇଁଚିରେ ଏକାଧିକ ଅଶାୟୀଙ୍କ ସିଟ୍‌ କଟିବା ପରେ ଏବେ ନିଜ ସଂପର୍କୀୟ ଏବଂ ଅନୁଗତଙ୍କ ପାଇଁ ଟିକେଟ୍‌ ନେବାକୁ ପ୍ରତିଯୋଗିତା ଚାଲିଛି ।

Show More

Related Articles

Back to top button