Breaking PLUSଦେଶମୁଖ୍ୟ ଖବର

ବିଜେପିର ମେନିଫେଷ୍ଟୋ କମିଟିର ବୈଠକ ଆଜି, ରାଜନାଥ ସିଂହଙ୍କ ସମେତ ଅନେକ ମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ପ୍ରସ୍ତୁତ କରିବା ପାଇଁ ଭାରତୀୟ ଜନତା ପାର୍ଟିର ମେନିଫେଷ୍ଟୋ କମିଟିର ବୈଠକ ସୋମବାର ପାର୍ଟି ମୁଖ୍ୟାଳୟରେ ବସିବ । କମିଟି ଅଧ୍ୟକ୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହିତ ଏହି ବୈଠକରେ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମୁଖ୍ୟାଳୟରେ ପହଂଚିଛନ୍ତି । ଏହା କମିଟିର ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଟେ । ଏଠାରେ ସୂଚନାଯୋଗ୍ୟ ରାଜନାଥ ସିଂଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସଂଯୋଜକ, ପୀୟୁଷ ଗୋଏଲଙ୍କୁ ସହ-ସଂଯୋଜକ କରାଯାଇଛି । ଏହି କମିଟିରେ 27ସଦସ୍ୟ ଅଛନ୍ତି ।

Show More

Related Articles

Back to top button