Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କଲା ପୋଲିସ

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ତାଙ୍କୁ ଭଟଲି ଘରୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କରିବା ଆଶଙ୍କା ରହିଥିବାରୁ ତାଙ୍କୁ ଆଗୁଆ ଗିରଫ କରିଛି ବରଗଡ଼ ପୋଲିସ ।

ଆଜି ବରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ସମେତ ୧୨ କର୍ମୀ ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ କର୍ମୀଙ୍କୁ ପୋଲିସ ରାତିରେ ଉଠାଇ ନେଇଥିବା ସୂଚନା ମିଳିଛି । ବିଜେପି ଓ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ନେଇ ଚେତାବନୀ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବରଗଡ଼ରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

Show More

Related Articles

Back to top button