ଦେଶ ବିଦେଶରାଜନୀତି

ବିଜେପିର ୪୨ତମ ପ୍ରତିଷ୍ଠା ଦିବସ

କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ବୁଧବାର ଭାରତୀୟ ଜନତା ପାର୍ଟିର ୪୨ତମ ପ୍ରତିଷ୍ଠା ଦିବସ । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ହୋଇଥିଲା । ଏକଦା ଦୁଇଟି ଆସନ ଜିତିଥିବା ବିଜେପି ଏବେ ଦେଶରେ ସରକାର ଗଠନ କରିଛି ।

ସକାଳ ୧୦ଟାରେ ମୋଦୀଙ୍କ ସମ୍ବୋଧନ

ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ । ଏହାସହ ଦଳୀୟ ପତାକାକୁ ଉଦଘାଟନ କରିବେ । କୁହାଯାଉଛି ଯେ ଦଳର ଜିଲ୍ଲା ଓ ମଣ୍ଡଳ ସ୍ତରରେ ପତାକା ଉତ୍ତୋଳନ କରାଯିବ । ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହେବ ।

ପ୍ରଥମ ଥର ବାହାରିବ ଶୋଭଯାତ୍ରା

ଏହି ଶୋଭାଯାତ୍ରାକୁ ନେଇ କୁହାଯାଉଛି ଯେ, ଏଥିରେ ଦଳର ସମସ୍ତ ନେତା ଓ କର୍ମୀ ସାମିଲ ହେବେ । ସମସ୍ତଙ୍କ ହାତରେ ବିଜେପି ପତାକା ରହିବ । ୪୨ ବର୍ଷରେ ପ୍ରଥମ ଥର ପାଇଁ ଏପରି ଶୋଭାଯାତ୍ରାର ଆୟୋଜନ କରାଯିବ ।

ବିଜେପିର କହିବାନୁସାରେ, ଦଳୀୟ ସ୍ଥାପନା ଦିବସ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଦଳ ସାରା ଦେଶରେ ଏଥର ଧୁମଧାମରେ ପ୍ରତିଷ୍ଠା ଦିବସ ପାଳନ କରିବ । ଏଥିପାଇଁ ଏପ୍ରିଲ ୭ରୁ ୨୦ ତାରିଖ ଯାଏଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୨ ତାରିଖରେ ବିଜେପି ଟିକାକରଣ ଦିବସ ମନାଇବ । ସେହିପରି ୧୩ ତାରିଖରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନେଇ ଅନେକ କାର୍ଯ୍ୟକ୍ରମ କରିବ । ଏହାସହ ଦଳ ଏପ୍ରିଲ ୧୪ରେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ମଧ୍ୟ ପାଳନ କରିବ ।

Show More

Related Articles

Back to top button