Breaking PLUSଓଡ଼ିଶାମୁଖ୍ୟ ଖବର

ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ

ଭୁବନେଶ୍ୱର-  ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କର ପରଲୋକ ଘଟିଛି। ସୋମବାର ଦିନ ୨ଟା ୧୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୬୮ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ସମୀର ଦେ। ଗତ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଭଳି କିଛି ବର୍ଷ ପୂର୍ବେ ତାଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ସିଡିଏସ୍ଥିତ ଘରୋଇ ଡାକ୍ତରଖାନାଠାରେ ଚିକିତ୍ସକମାନେ ଅକ୍ଳାନ୍ତ ପରିଶ୍ରମ ସତ୍ବେ ତାଙ୍କ ଜୀବନ ରକ୍ଷା କରିପାରିଲେ ନାହିଁ। ସ୍ବର୍ଗତ ଦେ’ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚିଛନ୍ତି।

Show More

Related Articles

Back to top button