Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଭୁବନେଶ୍ଵର ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବିଏମସି କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ଵର ବରମୁଣ୍ଡାସ୍ଥିତ ଶତାବ୍ଦୀ ନଗର ଡ୍ରେନରେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଭାସିଯାଇ ମୃତ୍ୟୁବରଣ କରିଥିବା ଘଟଣାରେ ବିଏମସିକୁ ଦାୟୀ କରିଛି ବିଜେପି । ଏଥିପାଇଁ ବିଜେପି କର୍ମୀମାନେ ବିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।

ଆଜି ପଞ୍ଚସଖା ନଗର ଡ୍ରେନରୁ ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ ଦେହ ମିଳିବାପରେ ଜିଲ୍ଲା ସଭାପତି ବାବୁ ସିଂ ଓ ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ଵରେ ଶତାଧିକ ବିଜେପି କର୍ମୀ, ମହିଳା ମୋର୍ଚ୍ଚାର ସଦସ୍ୟମାନେ ପ୍ରତିବାଦ କରି ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେମାନଙ୍କ ଦାବି, ମୃତ ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯିବା ସହ ବିଏମସି କମିସନରଙ୍କୁ ଗିରଫ କରାଯାଉ।

ବିଜେପି ପକ୍ଷରୁ ଆଉ ମଧ୍ୟ କୁହାଯାଇଛି, ସ୍ମାର୍ଟ ସିଟି ଘୋଷଣା ହେବାପରେ ବି କାହିଁକି ରାଜଧାନୀରେ ଡ୍ରେନଗୁଡ଼ିକର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନାହିଁ । ବାରମ୍ବାର ଅଭିଯୋଗ ପରେ ବି ବିଏମସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସେଥିପାଇଁ ଅନେକଙ୍କ ପ୍ରାଣହାନୀ ଘଟୁଛି । ଯଦି ବର୍ଷା ଦିନ ପୂର୍ବରୁ ସରକାର ଏବଂ ବିଏମସି ପକ୍ଷରୁ ଡ୍ରେନଗୁଡ଼ିକ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥାନ୍ତା, ତେବେ ଏଭଳି ଅଘଟଣ ଘଟିନଥାନ୍ତା । ତେଣୁ ଆଜି ଛାତ୍ର ମୃତ୍ୟୁ ପାଇଁ ବିଏମସି ସମ୍ପୂର୍ଣ୍ଣରୂପେ ଦାୟୀ ।

ବିକ୍ଷୋଭ ପ୍ରଦର୍ଶନ ସମୟରେ ଉଭୟ ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ବିଜେପି କର୍ମୀମାନେ ବିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କରିଛି ।ସେପେଟ ମୃତ ଛାତ୍ର ଜ୍ୟୋତି ପ୍ରକାଶଙ୍କ ପରିବାର ପାଇଁ ରିଲିଫ କୋଡ ଅନୁସାରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

Show More

Related Articles

Back to top button