ଓଡ଼ିଶାବ୍ୟକ୍ତିତ୍ୱରାଜନୀତି

୭୭ବର୍ଷ ବୟସରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ,ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ଶୁଭେଚ୍ଛୁଙ୍କୁ କଲେ ଅନୁରୋଧ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୭ବର୍ଷ ବୟସରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ରବିବାର ଅପରାହ୍ନରେ ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ସେ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ।ଗତ କିଛିବର୍ଷ ଧରି ନବୀନ ନିଜ ଜନ୍ମଦିନରେ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିବାକୁ ଚାହିଁନାହାନ୍ତି। ଓଡ଼ିଶାବାସୀଙ୍କ ସ୍ନେହ,ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣୀ ରହିବେ ବୋଲି କହିଛନ୍ତି ।

ନବୀନ ବାବୁ ଙ୍କ ଜନ୍ମ ୧୯୪୬ ଅକ୍ଟୋବର ୧୬ ତାରିଖ ରେ କଟକରେ ହୋଇଥିଲା । ପ୍ରାରମ୍ଭିକ ଶିକ୍ଷା କଟକରେ ଆରମ୍ଭ କରିଥିଲେ ମଧ୍ୟ ୭ ବର୍ଷ ଆୟୁ ରେ ନବୀନ ୱେଲ ହାମ୍ ବଏଜ ସ୍କୁଲ୍ ଡେରାଡୁନ ରେ ଆଡ଼ମିସନ ନେଇଥିଲେ । ଏହାପରେ ସେ ଡେରାଡୁନ ର ପ୍ରତିଷ୍ଠିତ ସ୍କୁଲ ଡୁନ ସ୍କୁଲ ରେ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠିତ କଲେଜ ସେଣ୍ଟ ଷ୍ଟିଫେନ କଲେଜ ରୁ ସ୍ନାତୋକ ସମ୍ପୂର୍ଣ କରିଥିଲେ । ନବୀନ ପଟ୍ଟନାୟକ ଜଣେ ଭଲ ଲେଖକ ଅଟନ୍ତି ।

2000ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ 22ବର୍ଷ ଧରି ଲଗାତାର 5ଥର ମୁଖ୍ୟମନ୍ତ୍ରୀ ହେବାର ରେର୍କଡ ତାଙ୍କ ନାମରେ ରହିଛି। ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା ହେଉଛନ୍ତି ନବୀନ ପଟ୍ଟନାୟକ । ରାଜନୀତି ହେଉ କିମ୍ୱା ନିଜର ସରଳ ଜୀବନଶୈଳୀ ତାଙ୍କର ବ୍ୟକ୍ତିତ୍ୱ ବିରଳ ଓ ଅଦ୍ୱିତୀୟ। ଲେଖକରୁ ରାଜନୀତିରେ ପ୍ରବେଶ କରି ଜଣେ ଅପ୍ରତିଦ୍ୱନ୍ଦୀ ଓ ପ୍ରିୟ ଶାସକ ପାଲଟିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

Show More

Related Articles

Back to top button