Breaking PLUSଓଡ଼ିଶାମୁଖ୍ୟ ଖବର

ମେଜରଙ୍କ ବାନ୍ଧବୀଙ୍କୁ ମାଡ ଘଟଣା, କାଲି ବିଜେଡିର ବିକ୍ଷୋଭ

ଭୁବନେଶ୍ୱର-  ଭରତପୁର ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ କାଲି ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବ । ଥାନା ଭିତରେ ପୁଲିସ ଯେଭଳି ନିର୍ଦ୍ଦୟ ବ୍ୟବହାର କରିଥିବା ଅଭିଯୋଗ ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ସେଦିନ ଏଏସଓଙ୍କ ପତ୍ନୀ କାନ୍ଦିଥିଲେ ଏବଂ ଆଜି ମେଜରଙ୍କ ବାନ୍ଧବୀ ଅଙ୍କିତା କାନ୍ଦୁଥିବା ବିଜେଡି କହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି, ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା କଣ ଓଡ଼ିଆ ଅସ୍ମିତା, ସରକାରଙ୍କ ୧୦୦ଦିନ କାର୍ଯ୍ୟ ପୂରିଥିଲେ ବି ସରକାର କଣ କରୁଛନ୍ତି। ୧୦୦ଦିନର ସରକାର ଓଡ଼ିଶାର ମୁଣ୍ଡକୁ ତଳକୁ କରିଛି ବୋଲି କହିଛି ବିଜେଡି। ଘଟଣା ନେଇ ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବିଜେଡି।

Show More

Related Articles

Back to top button