ବିଜେଡିର ପ୍ରତିଷ୍ଠା ଦିବସ : ତାଳବଣିଆରେ ବିଶାଳ ସମାବେଶ, ବିଜେଡି ଲୋକ ବିଶ୍ବାସର ଦଳ କହିଲେ ନବୀନ

ପୁରୀ, ୨୬/୧୨ : ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି। ବିଜେଡି ଓଡ଼ିଶାରେ ଏକ ସମାଜିକ ଆନ୍ଦୋଳନର ରୂପ ନେଇଛି। ଏହି ଦଳ ପ୍ରତି ଲୋକ ଆସ୍ଥା ପ୍ରକଟ କରିଛନ୍ତି। ବିଗତ ୨୫ ବର୍ଷର ଶାସନରେ ବିଜେଡି ଉପରେ ଲୋକ ଆସ୍ଥା ବଢ଼ିବାରେ ଲାଗିଛି। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଶାସନ କରି ଲୋକ ସେବା କରିବ। ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପାଳନ କରିବ। ଉତ୍ତମ ଶାସନ ଓ ଲୋକ ସେବାକୁ ଗୁରୁତ୍ୱ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ଦଳ ଗଠନର ରୌପ୍ୟ ଜୟନ୍ତୀ ପାଳନ ସମାବେଶରେ ଘୋଷଣା କରିଛନ୍ତି।
ଏହି ସମାବେଶରେ ୫୦ ହଜାରୁ ଅଧିକ ବିଜେଡି ସମର୍ଥକ ଯୋଗ ଦେଇ ଦଳ ସୁପ୍ରିମୋଙ୍କୁ ସମର୍ଥନ ପ୍ରକଟ କରିଥିଲେ। ଏହି ସମାବେଶରେ ପ୍ରତାପ କେଶରୀ ଦେବ, ସୁରେଶ ପୂଜାରୀ, ଅରୁଣ ସାହୁ, ଦବୀରଞ୍ଜନ ତ୍ରିପାଠୀ, ରମେଶ ମାଝି, ଅତନୁସବ୍ୟସାଚୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ, ଅଶୋକ ପଣ୍ଡ, ସସ୍ମିତା ପାତ୍ର, ମହେଶ୍ବର ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଦାମ ମାରାଣ୍ଡି, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟଶାଣୀ, ମୁନା ଖାଁ ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଉଦଵୋଧନ ଦେଇଥିଲେ।