Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଦୁଷ୍କର୍ମ ମାମଲା, ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

କଟକ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଆଜି କଟକରେ ଡିସିପିଙ୍କୁ ଭେଟିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।  ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସୁଲୋଚନା ଦାସ ଏବଂ ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୂଖ ଏହି ଟିମରେ ସାମିଲ ରହିଥିଲେ। ଏହି ଟିମ୍ ଦୋଷୀଙ୍କୁ କଠୋର ଦଣ୍ଡ ଏବଂ ପୀଡିତାଙ୍କୁ ନ୍ୟାୟ ଦାବି କରିଛି। ସେପଟେ ଡିସିପିଙ୍କୁ ଭେଟିବା ପରେ ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା। ପୀଡିତାଙ୍କ ଏତଲା ରଖାନଯିବା ଅତ୍ୟନ୍ତ ଦୁଃଖଦ କଥା। ନବୀନ ସରକାରରେ ତୁରନ୍ତ ଏତଲା ରୁଜ୍ଜୁ ହେଉଥିଲା। ଏବେ ପୁଲିସ ପୀଡିତାଙ୍କ ଏତଲା ରଖୁନି। ଘଟଣାରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ , ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଡିସିପିଙ୍କୁ ଦାବି କରାଯାଇଛି।  ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଜଣେ ଏଯାଏଁ ଗିରଫ ହୋଇନି। ତାକୁ ଗିରଫ କରାଯାଉ। ୫ ମାସର ସରକାରରେ ୭ଟି ଗଣ ଦୁଷ୍କର୍ମ ମାମଲା ହୋଇଛି। ଲୋକଙ୍କ ସରକାରରେ ମହିଳାମାନେ ଅସୁରକ୍ଷିତ ରହିଛନ୍ତି। ତେଣୁ ପୀଡିତାଙ୍କ ନିରାପତ୍ତା ଓ ସୁରକ୍ଷା ଦାବି କରାଯାଇଛି।

Show More

Related Articles

Back to top button