
ଦୁନିଆର ସବୁଠାରୁ ପୁରୁଣା ଏବଂ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ଏବେ କିଶୋର ଅବସ୍ଥାରେ ପ୍ରବେଶ କରିଛି । କ୍ରିପ୍ଟୋକରେନ୍ସି ଜଗତରେ ଏହା ପ୍ରଥମ । ବିଟ୍କଏନ୍ ୧୩ ବର୍ଷ ପୂରଣ କରିଛି । ଯଦିଓ ବିଟକଏନ୍ ଲଞ୍ଚ୍ ହୋଇଥିଲା ଅକ୍ଟୋବର ୨୮, ୨୦୦୮ରେ କିନ୍ତୁ ଜାନୁୟାରୀ ୩, ୨୦୦୯ରେ ଏହାର ଜନ୍ମଦିନ ବୋଲି ଭାବନ୍ତି । ବିଟକଏନର ୧୩ ବର୍ଷର ଯାତ୍ରା ଅତ୍ୟନ୍ତ ଅସ୍ଥିର ରହିଥିଲା । ବିଟକଏନ୍ ଏବଂ ଏହାର କିଛି ସମର୍ଥକଙ୍କ ବିଷୟରେ ଲୋକେ ସମାଲୋଚନା କରିଥିଲେ । ମୋଟ ଉପରେ, ବିଟକଏନ୍ ପାଇଁ ଏପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ରୋମାଞ୍ଚକର ରହିଥିଲା । ଏହା ଆଜି ବି ଏହାର ଲିଗାଲିଟି ପାଇଁ ସଂଘର୍ଷ କରୁଛି । ତଥାପି, ବିଟକଏନ୍ ଉପରେ ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ୁଛି ।
ଆରମ୍ଭରୁ ବିଟ୍କଏନ୍ କେତେ ରିଟର୍ଣ୍ଣ ଦେଇଛି ତାହା ଗଣି କହିବା ଟିକେ କଷ୍ଟସାଧ୍ୟ । କାରଣ ଏହା ଆରମ୍ଭ ହେବା ସମୟରେ ଶୂନ ଥିଲା । ଜୁଲାଇ ୨୦୧୦ରେ ଏହାର ମୂଲ୍ୟ ୦.୦୯ ଡଲାରକୁ ଖସି ଆସିଥିଲା ଏବଂ ନଭେମ୍ବର ୨୦୨୧ରେ ଏହା ୬୮,୭୯୦ ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ବିଗତ ୧୩ ବର୍ଷ ମଧ୍ୟରେ ବିଟକଏନ୍ ଏହାର ନିବେଶକମାନଙ୍କୁ ବିପୁଳ ରିଟର୍ଣ୍ଣ ଦେଇଛି । ଏହାର ରେଜିଷ୍ଟରରୁ ଜଣାପଡ଼ିଛି ଯେ ସର୍ବନିମ୍ନ ୭,୬୪,୩୩,୨୩୩ର ଅବିଶ୍ୱସନୀୟ ରିଟର୍ଣ୍ଣ ଦେଇଛି । ଯଦି ଜଣେ ନିବେଶକ ପ୍ରାରମ୍ଭରେ ଏଥିରେ ୧୦୦୦ ଟଙ୍କା ବିନିଯୋଗ କରିଥାନ୍ତି, ତେବେ ନଭେମ୍ବର ୨୦୨୧ରେ ତାଙ୍କ ଟଙ୍କାର ପରିମାଣ ୭୬.୪୩ କୋଟି ହୋଇଥାନ୍ତା ।