ମୁଖ୍ୟ ଖବରସ୍ୱତନ୍ତ୍ର

17 ନୁହେଁ 18ରେ ବିଶ୍ୱକର୍ମା ପୂଜା ପାଇଁ ଅଛି ଶୁଭ ମୁହୂର୍ତ୍ତ, ଜାଣନ୍ତୁ ପୂରା କାରଣ

ବେଗୁସରାୟ: ଦିନ କେଇଟା ପରେ ପବିତ୍ର ବିଶ୍ୱକର୍ମା ପୂଜା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ସେପ୍ଟେମ୍ବର 17ରେ ପଡୁଛି ବିଶ୍ୱକର୍ମା ପୂଜା, କିନ୍ତୁ ଚଳିତ ବର୍ଷ ପଞ୍ଚାଙ୍ଗ ତିଥି ଏବଂ ରାଶି ଗଣନା ଅନୁସାରେ ବିଶ୍ୱକର୍ମା ପୂଜାର ଶୁଭ ଯୋଗ ସେପ୍ଟେମ୍ବର 18ରେ ପଡୁଛି ।
ଜ୍ୟୋତିଷ ଅନୁସନ୍ଧାନ କେନ୍ଦ୍ର ଗଢପୁରାର ସଂସ୍ଥାପକ ପଣ୍ଡିତ ଆଶୁତୋଷ ଝାଙ୍କ ସୂଚନା ମୁତାବକ, ଭାଦ୍ରବ ମାସର ଅନ୍ତିମ ତିଥିରେ ସୂର୍ଯ୍ୟଙ୍କ ଚଳନରେ ବିଶ୍ୱକର୍ମା ପୂଜା କରାଯାଇଥାଏ । ଯାହାକୁ କନ୍ୟାଭଦ୍ର ତଥା କନ୍ୟା ସଂକ୍ରାନ୍ତି କୁହାଯାଏ । ଚଳିତ ବର୍ଷ ବିଶ୍ୱକର୍ମା ପୂଜା, ହରିତାଳିକା ଜିତ ଏବଂ ଚତୁର୍ଥ ଚନ୍ଦ୍ର ପର୍ବ 18 ତାରିଖ ଦିନ ପାଳନ କରାଯିବ ।
କନ୍ୟା ରାଶିରେ ସୂର୍ଯ୍ୟ ପ୍ରବେଶ କରିବା ପରେ ସଂକ୍ରାନ୍ତ କାଳରେ ବିଶ୍ୱକର୍ମା ପୂଜା କରାଯାଇଥାଏ । ସାଧାରଣତଃ ସେପ୍ଟେମ୍ବର 17ରେ ସୂର୍ଯ୍ୟ କନ୍ୟା ରାଶି ପ୍ରବେଶ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର 18 ତାରିଖରେ ସୂର୍ଯ୍ୟୋଦୟ ସମୟର ଗୋଟିଏ ଘଣ୍ଟା 52 ମିନିଟ ପୂର୍ବରୁ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି । ସେପ୍ଟେମ୍ବର 18 ତାରିଖ ଦିନ ସୂର୍ଯ୍ୟୋଦୟ ସମୟ 5.55 ମିନିଟରୁ 36 ମିନିଟ ପୂର୍ବରୁ 5.19 ମିନିଟ ସମୟରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ । ଏହାପରେ ହିଁ ବିଶ୍ୱକର୍ମା ପୂଜାର ଶୁଭ ମୁହୂର୍ତ୍ତ ଆରମ୍ଭ ହେଉଛି । ଏବଂ ପୂରା ଦିନସାରା ବିଶ୍ୱକର୍ମା ପୂଜା କରିହେବ ।

Show More

Related Articles

Back to top button