ଦେଶସ୍ୱତନ୍ତ୍ର

ମହଙ୍ଗା ମାଡ ମଧ୍ୟରେ ସାହାରା ସାଜିଛି ବିସ୍କୁଟ ,ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ବିସ୍କୁଟର ବିକ୍ରି ୧୬ .୫ ପ୍ରତିଶତ ବୃଦ୍ଧି

ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ ବିସ୍କୁଟ ସାଜିଛି ସାହାଭରଷା । ବିସ୍କୁଟ ଶସ୍ତା ଯୋଗୁଁ ଏହାକୁ ଖାଇ ଭୋକ ମେଣ୍ଡାଉଛନ୍ତି ଅନେକ ।

ସୂଚନା ଅନୁଯାୟୀ, ଚଳିତବର୍ଷ ଦେଶରେ ଅହେତୁକ ଭାବେ ବୃଦ୍ଧି ପାଇଛି ବିସ୍କୁଟ ବିକ୍ରି । କଂଜ୍ୟୁମର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ବିଜୋମ’ ର ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଚଳିତ ବର୍ଷ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ବିସ୍କୁଟର ବିକ୍ରି ୧୬ .୫ ପ୍ରତିଶତ ବୃଦ୍ଧି ପାଇଛି । ଏହି କ୍ରମରେ ଅନ୍ୟ ପ୍ୟାକେଟ ଖାଦ୍ୟର ବିକ୍ରି ୧୪.୧ ପ୍ରତିଶତ ବୃଦ୍ଧି ପାଇଛି ।

ସେପଟେ ଭାରତୀୟ ବଜାରରେ ଅନ୍ୟ ବିସ୍କୁଟ କମ୍ପାନୀ ତୁଳନାରେ ବ୍ରିଟାନିଆ ବିସ୍କୁଟ ଅଧିକ ବିକ୍ରି ହୋଇଛି ।  ଆଇଟିସି ତରଫରୁ ବି ବିସ୍କୁଟର ନୂଆ ନୂଆ ପ୍ରଡକ୍ଟ ବଜାରକୁ ଛଡା ଯାଉଛି । ଆଇଟିସି ଖାଦ୍ୟ ବିଭାଗର ମୁଖ୍ୟ ପରିଚାଳକ ଅଲି ହେରିସ ଶୋରେ କହିଛନ୍ତି କି ଫାର୍ମାଲାଇଟ ଦ୍ୱାରା ନୂଆ ନୂଆ ସୁସ୍ୱାଦୁ ବିସ୍କୁଟ ପ୍ରସ୍ତୁତ କରାଯାଇ ଏବେ ବଜାରରେ ଉପଲବ୍ଧ କରାଯାଉଛି ।

 

Show More

Related Articles

Back to top button