Breaking PLUSଓଡ଼ିଶାମୁଖ୍ୟ ଖବର

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

ସାମିଲ ହୋଇଛନ୍ତି ୧୬ ଟିମ୍

ବୁଧବାର ଠାରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନାରେ ସାମିଲ ହୋଇଛନ୍ତି ୧୬ଟି ଟିମ୍ । ପ୍ରତ୍ୟେକ ଟିମରେ ୪ ରୁ ୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଚଳିତ ବର୍ଷ କଲେଜ ଛାତ୍ର ଛାତ୍ରୀଙ୍କୁ ଗଣନାରେ ସାମିଲ କରାଯାଇଛି । ଏହାସହ ମଙ୍ଗଳବାର ସେମାନଙ୍କୁ ଟ୍ରନିଂ ଦିଆଯାଇଥିଲା ।

ବନ ବିଭାଗର ନେତୃତ୍ୱରେ ସ୍ୱେଚ୍ଛାସେବୀଙ୍କ ସମେତ ସମସ୍ତେ ଗଣନାରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡା ସହ ଜଗତସିଂହପୁରର, ବିଭି୍ନ ଦ୍ୱୀପ ଓ ହେନ୍ତାଳ ବନ ପ୍ରଭୃତିରେ ଗଣନା କରାଯିବ । ସନ୍ଧ୍ୟାରେ ଗଣନାର ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button