ଦୁର୍ଘଟଣାଦେଶ

Go-First ଏୟାରଲାଇନ ବିମାନ ଉଡାଣ ବେଳେ ମାଡ ହେଲା ପକ୍ଷୀ

ଗତ କିଛିଦିନ ହେବ ଏୟାରଲାଇନ୍ସରେ ବିଭିନ୍ନ ପ୍ରକାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅନେକ ସମସ୍ୟା ସାମ୍ନାକୁ ଆସୁଛି । ଏଥିପାଇଁ କିଛି ବିମାନ ଇମରଜେନ୍ସି ଲାଣ୍ଡିଂ ମଧ୍ୟ କରିବାକୁ ପଡିଛି । ତେବେ ଆଜି ମଧ୍ୟ ଅହମ୍ମଦାବାଦରୁ ଚଣ୍ଡୀଗଡକୁ ଉଡାଣ ଭରିଥିବା ଗୋ ଫାଷ୍ଟ ବିମାନ ସହ ଏକ ପକ୍ଷୀ ଧକ୍କା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସେଥିପାଇଁ ବିମାନକୁ ହଠାତ ଡାଇଭର୍ଟ କରିବାକୁ ପଡିଛି । ଏନେଇ ଡିଜିସିଏ ପକ୍ଷରୁ ସୂଚନା ମିଳିଛି ।

 ଏଭଳି ସମସ୍ୟା ପାଇଁ  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ଘଟଣାଗୁଡିକ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ବିଭିନ୍ନ କମ୍ପାନୀଙ୍କୁ ନୋଟିସ ମଧ୍ୟ ପଠାଇଛି । ଅଗଷ୍ଟ ୨ ତାରିଖରେ ସ୍ପାଇସଜେଟର ମୋଟ ୫୦ ପ୍ରତିଶତ ଉଡାଣ ଉପରେ ୮ ସପ୍ତାହ ପାଇଁ ରୋକ ଲଗାଇଛି ଡିଜିସିଏ ।

ଲଗାତାର ସ୍ୱାଇସଜେଟ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନେକ ମାମଲାରେ ଯାତ୍ରୀମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥିଲା । ତେବେ ସୌଭାଗ୍ୟ ବଶତଃ କୌଣସି ଯାତ୍ରୀଙ୍କ ମୃତାହତ ମାମଲା ସାମନାକୁ ଆସିନାହିଁ । ପ୍ରଥମେ ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ କରିବା ପରେ ଏହା ଉପରେ ୮ ସପ୍ତାହର ବ୍ୟାନ ଭଳି ଏକ କାର୍ଯ୍ୟାନୁଷ୍ଠାନ ନେଇଛି ଡିଜିସିଏ । ସେହିପରି ଇଣ୍ଡିଗୋ ବିମାନରେ ମଧ୍ୟ ଲାଣ୍ଡିଂ ପରେ କକପିଟରେ ଧୂଆଁ ବାହାରୁଥିବା ଭଳି ଘଟଣା ସାମନାକୁ ଆସିଥିଲା । ଏହାପରେ ଡିଜିସିଏ ଏହି କମ୍ପାନୀକୁ ନୋଟିସ ପଠାଇ ଉତ୍ତର ମାଗିଥିଲା ।

Show More

Related Articles

Back to top button