Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ

ଗଞ୍ଜାମ : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିପିନ ଚନ୍ଦ୍ର ପ୍ରଧାନ ବହିଷ୍କୃତ ହୋଇଥିବା ଜଣାପଡ଼ିଛି। ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ପ୍ରଧାନ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବହିଷ୍କୃତ ହେବା ନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଦିଗପହଣ୍ଡିରେ ଗୁରୁବାର ଦିନ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। କିଛି ସୂଚନା ବିନା ହିଁ ନିର୍ବାଚନ ସ୍ଥଗିତ କରି ଦିଆଯାଇଥିଲା। ଏହାକୁ ନେଇ ଦଳ ଭିତରେ ହିଁ କନ୍ଦଳ ଦେଖା ଯାଇଥିଲା। ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବଂ ବିପିନ ପ୍ରଧାନଙ୍କ ସମର୍ଥକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖା ଦେଇଥିଲା।

ନିର୍ବାଚନ ବାତିଲକୁ ନେଇ ବିପିନ ପ୍ରଧାନଙ୍କ ସମର୍ଥକମାନେ ରାସ୍ତା ରୋକ କରିବା ସହ ବ୍ଲକ ଅଫିସରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ତେବେ ସେ କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନ ହୋଇଥିଲେ ବି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୧୧ ତାରିଖରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷା ସୁନୀତା ସେଠୀଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଗପହଣ୍ଡି ବ୍ଲକର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବା ହେତୁ ନିର୍ବାଚନ ହୋଇଥାନ୍ତା। ମାତ୍ର ନିର୍ବାଚନ କମିସନ ଗତକାଲି ଏହି ନିର୍ବାଚନକୁ ସ୍ଥଗିତ ରଖିଛନ୍ତି।

Show More

Related Articles

Back to top button