Breaking PLUSଦେଶମୁଖ୍ୟ ଖବର

ବିକ୍ରମ ପଠାଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ

ଏକାଧିକ ଫଟୋ ପଠାଇଲା ବିକ୍ରମ

() ଚନ୍ଦ୍ରପୃଷ୍ଠରେ ସଫଳ ଅବରତଣ କରିଛି ଭାରତର ଚନ୍ଦ୍ରୟାନ-୩ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରିବା ସହିତ ତାର କାର୍ଯ୍ୟକଳାପ ଜାରି ରଖିଛି । ଆଉ ଏହାରି ଭିତରେ ଏକାଧିକ ଫଟୋ ମଧ୍ୟ ପଠାଇ ସାରିଛି । ଯେଉଁ ଫଟୋରେ ସ୍ପଷ୍ଟ ଭାବେ ଦେଖାଯାଉଛି, ଚନ୍ଦ୍ର ପୃଷ୍ଠର ସମତଳ ଅଞ୍ଚଳ, ଯେଉଁଠି ବିକ୍ରମ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ।

ତେବେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ ପରେ ସାମ୍ନାକୁ ଆସିଛି ଆଉ କିଛି ଫଟୋ ଯେଉଁଥିରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ଆସୁଥିବା ଦେଖାଯାଉଛି । ଏହାର କିଛି ଫଟୋ ଜାତୀୟ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ତେବେ ଏନେଇ କିନ୍ତୁ ଇସ୍ରୋ ପକ୍ଷରୁ ସେଭଳି କିଛି ଟୁଇଟ କିମ୍ବା ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

Show More

Related Articles

Back to top button